Site icon ଆଜିକାଲି

ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆଇଟି ରେଡ୍

କେନ୍ଦୁଝର, (ନିପ୍ର) ସନାଙ୍କ ଘରେ ଆଇଟି ରେଡ୍। ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଭୁବନେଶ୍ୱର, କେନ୍ଦୁଝର ଓ ଯୋଡ଼ାରେ ଏକକାଳୀନ ଚଢ଼ାଉ କରାଯାଇଛି। ଏକାସାଙ୍ଗରେ ୧୦ଟି ସ୍ଥାନରେ ରେଡ୍ ଚାଲିଛି। ଭୁବନେଶ୍ୱର ସହୀଦ ନଗରରେ ଥିବା ଘରେ ଚାଲିଛି ରେଡ। ଆୟକର ବିଭାଗର ର ୧୦ ଜଣିଆ ଟିମ ଚଢ଼ାଉ କରିଛନ୍ତି। ଟ୍ୟାକ୍ସ ଫାଙ୍କିବା ନେଇ ଅଭିଯୋଗ ପରେ ରେଡ ଚାଲିଥିବା ସୂଚନା ମିଳିଛି । ଜୋରସୋରରେ ଚାଲିଛି ତନାଘନା। ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି।

Exit mobile version