Site icon ଆଜିକାଲି

ଆଜିଠୁ ପୁଣି ଲେଉଟିବ ଶୀତ

ଭୁବନେଶ୍ୱର : ଆଜିଠୁ ପୁଣି ଶୀତ ବଢିବା ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠୁ ତାପମାତ୍ରାରେ ହ୍ରାସ ହେବା ସମ୍ଭାବନା ରହିଥିବାରୁ ଶୀତ ପୁଣି ଫେରିବ । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟକୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ବଢ଼଼ିବ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଏଣେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସକାଳୁ ସକାଳୁ ଘନ କୁହୁଡି ଦେଖାଦେଇଛି।

Exit mobile version