Site icon ଆଜିକାଲି

ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବନଖଣ୍ଡ ଉଜ୍ବଳପୁର ବନାଞ୍ଚଳ ଅନ୍ତର୍ଗତ ସାନପତ୍ରାପାଲି ସେକ୍ସନ କୁଲବାରେ ଅଭାବନୀୟ ଘଟଣା । ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କୁଲବା ଗାଁର ଦେବାନନ୍ଦ ସାହୁଙ୍କ ପତ୍ନୀ ରେଣୁକା ସାହୁ (୪୫) ଓ ଆହତ ଜଣକ ପାଖ ଗାଁ ଠିନଠିନପଡାର ବିନୋଦ ଲୁହରା।

ସୂଚନା ଯେ, ଗୁରୁବାର ଭୋର ସମୟରେ ରେଣୁକା ବାହାରକୁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡିଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେବା ସହ ଦଳି ଦେଇଥିଲା। ଘଟଣାସ୍ଥଳରେ ରେଣୁକାଙ୍କର ମୃତ୍ୟୁ ହୋଇଥିଲା । ପରେ ପରେ ସେ ବାଟ ଦେଇ ଯାଉଥିବା ବିନୋଦ ଲୁହରାଙ୍କୁ ମଧ୍ୟ ଉକ୍ତ ଦନ୍ତା ଆକ୍ରମଣ କରିଥିଲା। କିନ୍ତୁ ସେ ଏଥିରୁ ବର୍ତ୍ତି ଯାଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନା ପଠାଇଛନ୍ତି । ଖବର ପାଇ ବନବିଭାଗ ଓ କିଞ୍ଜିରକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Exit mobile version