Site icon ଆଜିକାଲି

ଗୋଠଛଡ଼ା ଦନ୍ତାର ଉତ୍ପାତ, ଜଣେ ଗୁରୁତର

ତେଲକୋଇ : କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ସାରୁପାଟ ସଂରକ୍ଷିତ ଅଞ୍ଚଳରେ ଉତ୍ପାତ କରୁଛି ଗୋଠଛଡ଼ା ଦନ୍ତା । ଦନ୍ତା ଆକ୍ରମମଣରେ ଜଣେ ଗୁରୁତର । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଏ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ସୋମବାର ଅପରାହ୍ନ ୩ଟା ସମୟରେ ଗାଁର କିଛି ଲୋକଙ୍କ ସାଥିରେ ଶ୍ରୀଧର ସାଇକେଲ ଯୋଗେ ମାଛ ଧରିବାକୁ ଦଣ୍ଡାଧର ଡ୍ୟାମକୁ ଯାଉଥିଲେ । ଏହି ସମୟରେ ରେକୁଟି ଗାଁ ହାଟତୋଟା ନିକଟରେ ହଠାତ ଏକ ଦନ୍ତା ଶ୍ରୀଧରଙ୍କ ସାମ୍ନାକୁ ଆସି ଆକ୍ରମଣ କରିଥିଲା। ପ୍ରଥମେ ଦନ୍ତା ଶ୍ରୀଧରଙ୍କୁ ଶୁଣ୍ଢରେ ଫିଙ୍ଗି ଦେଇଥିଲା । ପରେ ତାଙ୍କୁ ଗୋଡ଼ ସାହାଯ୍ୟରେ ଆକ୍ରମଣ କରିଥିଲା । ଶ୍ରୀଧରଙ୍କ ଚିତ୍କାର ଶୁଣି କିଛି ଲୋକ ଦୌଡି ଆସି ହାତୀକୁ ଘଉଡାଇଥିଲେ । ଫଳରେ ହାତୀଟି ଜଙ୍ଗଲ ଭିତରକୁ ପଳାଇଥିଲା । ଏହାପରେ ଗାଁଲୋକେ ଶ୍ରୀଧରଙ୍କ ପରିବାର ଏବଂ ବନବିଭାଗକୁ ଖବର ଦେଇଥିଲେ । ଉଭୟ ଘଟଣାସ୍ଥଳରେ ପହଞ୍ଚି ଶ୍ରୀଧରଙ୍କୁ ଆମ୍ହୁଲାନ୍ସ ଯୋଗେ ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ଅଞ୍ଚଳଟି ଟିକିଏ ଦୁର୍ଗମ ହୋଇଥିବାରୁ ଶ୍ରୀଧର ମେଡିକାଲରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ତେବେ ତେଲକୋଇ ମେଡିକାଲରେ ଶ୍ରୀଧରଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।

Exit mobile version