Site icon ଆଜିକାଲି

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ

ରାଉରକେଲା : ରାଜ୍ୟରେ ଥମୁନି ହାତୀ ମୃତ୍ୟୁ ଘଟଣା । ହାତୀ -ମଣିଷ ଲଢେଇ ମଧ୍ୟରେ କେତେବେଳେ ହାତୀର ମୃତ୍ୟୁ ଘଟୁଛି ତ ଆଉ କେତେବେଳେ ମଣିଷ ତାର ବହୁମୂଲ୍ୟ ଜୀବନ ହରାଉଛି। ଏହି ପରିପ୍ରେକ୍ଷୀରେ ଆଜି ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକ ବଲାଣୀ ପଞ୍ଚାୟତ ନୂଆଗାଁ ନିକଟ ଜଙ୍ଗଲରୁ ହାତୀର ମୃତଦେହ ଠାବ ହୋଇଛି।

ସୂଚନା ଅନୁଯାୟୀ ସୋମବାର ରାତିରେ ହାତୀଟି ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଥିଲା। ହଲେ ହାଠାତ୍ କୌଣସି କାରଣରୁ ହାତୀଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଘଟଣାସ୍ଥଳରେ ହାତୀଟିର ମୃତ୍ୟୁ ଘଟିଥିଲା। ପରେ ଖବର ପାଇ ପାନପୋଷ ରେଞ୍ଜ ଅଧିକାରୀ ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀଟି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Exit mobile version