Site icon ଆଜିକାଲି

ବିମାନରେ ଅସୁସ୍ଥ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଲେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ

ଭୁବନେଶ୍ୱର : ବିମାନରେ ଜଣେ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରି ତାଙ୍କ ଜୀବନ ବଞ୍ଚାଇଛନ୍ତି ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ। ଏଥିପାଇଁ ସାଂସଦ ମଲ୍ଲିକଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

ସାଂସଦ ରାଜଶ୍ରୀ ମଲ୍ଲିକ ଗୁରୁବାର ସକାଳେ ବିମାନ ଯୋଗେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ। ଦିଲ୍ଲୀରେ ବିମାନ ଅବତରଣ କରିବାକୁ ଆଉ ୩୦ ମିନିଟ ବାକିଥିବା ବେଳେ ହଠାତ୍‌‌ ଜଣେ ଯାତ୍ରୀ ଭିତରେ ଅସୁସ୍ଥ ହୋଇ ପଡ଼ିଥିଲେ। ଉକ୍ତ ଯାତ୍ରୀଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ଘର ଗଞ୍ଜାମ ଜିଲାର ବୋଲି ଜଣାପଡ଼ିଛି ।

ପ୍ରଥମେ ସେହି ଯାତ୍ରୀଙ୍କୁ ବାତ ମାରିଥିଲା। ଏହା ପରେ ସେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ବିମାନ ପରିଚାଳକ ସହାୟତା ଲୋଡ଼ିବା ସହିତ କେହି ଯଦି ଡାକ୍ତର ଅଛନ୍ତି ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଥିଲେ। ସାଂସଦ ଡା. ମଲ୍ଲିକ ଅଚେତ ଯାତ୍ରୀଙ୍କ ପାଖରେ ପହଞ୍ଚି ପ୍ରାଥମିକ ସେବା ଯୋଗାଇଥିଲେ। କିଛି ମିନିଟ ଭିତରେ ଯାତ୍ରୀଜଣକ ଚେତା ଫେରି ପାଇଥିଲେ। ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ସମ୍ପୃକ୍ତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Exit mobile version