Site icon ଆଜିକାଲି

ଜୈନ ଷ୍ଟିଲରେ ଜିଏସଟି ବିଭାଗର ଚଢ଼ାଉ

ବଲାଙ୍ଗୀର : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ହଲଦୀ ରୋଡ଼ ସ୍ଥିତ ଜୈନ ଷ୍ଟିଲ ଦୋକାନରେ ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଜିଏସଟି ଫାଙ୍କୁଥିବା ଅଭିଯୋଗରେ ଏହି ଚଢାଉ ବଲାଙ୍ଗୀର ଜିଏସଟି ବିଭାଗ ଡେପୁଟି କମିଶନର କିଶୋର ଚନ୍ଦ୍ର ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଇଛି ।

ବଲାଙ୍ଗୀର ଜିଏସଟି ଏନଫୋର୍ସମେଣ୍ଟର ୬ ଜଣିଆ ଟିମ୍ ଚଢାଉ କରିଥିଲେ । କାଗଜପତ୍ର ଏବଂ ଷ୍ଟକ ଯାଞ୍ଚ କରିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଉଛି । ଦୋକାନ ମାଲିକ ଜଗତ କୁମାର ଜୈନ ଜିଏସଟି ଫାଙ୍କୁଥିବା ନେଇ ଅଭିଯୋଗ ଆସିଥିଲା । ତେଣୁ ଚଢାଉ କରାଯାଉଥିବା ଜିଏସଟି ଅଧିକାରୀ ସୂଚନା ଦେଇଛନ୍ତି ।

ଚଢ଼ାଉରେ ଜିଏସଟି ଅଫିସର ରାଜେନ୍ଦ୍ର ନାଏକ, ଆଡ଼ିସିନାଲ୍ ଜିଏସଟି ଅଫିସର ଜିତେନ୍ଦ୍ରୀୟ ବାଗ, ସହକାରୀ ଜିଏସଟି ଅଫିସର ସରୋଜ ବେରିହା, ଉମାକାନ୍ତ ମାଝୀ, ପୂଣ୍ଣେନ୍ଦୁ ଶବର ପ୍ରମୁଖ କାଗଜପତ୍ର ଯାଞ୍ଚ କରୁଥିଲେ । ସୁରକ୍ଷାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ରିଜର୍ଭ ପୋଲିସ ମୁତୟନ ହୋଇଥିଲେ ।

Exit mobile version