Site icon ଆଜିକାଲି

ଯାଜପୁର ବିଜେପିକୁ ଧକ୍କା, ବିଜେଡିରେ ସାମିଲ ହେଲେ ବିଜେପି ଯୁବମୋର୍ଚ୍ଚାର ଦୁଇ ପଦାଧିକାରୀ

ଭୁବନେଶ୍ବର : ଯାଜପୁରରେ ବିଜେପିକୁ ବଡ ଝଟକା ଲାଗିଛି । ବିଜେଡିରେ ସାମିଲ ହୋଇଛନ୍ତି ଯାଜପୁର ବିଜେପି ଯୁବ ମୋର୍ଚ୍ଚାର ଦୁଇ ପଦାଧିକାରୀ । ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକାରୀ ସଦସ୍ୟ ସୌମ୍ୟରଞ୍ଜନ ଧଳ ଓ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ହୃଷିକେଶ ମେକାପ ବିଜେଡିରେ ଯୋଗ ଦେଇଛନ୍ତି । ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଭୁବନେଶ୍ୱର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦୁଇ ନେତା ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ଦୁଇ ନେତା ।

ଯାଜପୁର ଜିଲ୍ଲା ବିଜେପି ସଭାପତିଙ୍କୁ ସମାଲୋଚନା କରିଛନ୍ତି ଦୁଇ ନେତା । ଜିଲ୍ଲା ସଭାପତିଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ଦଳ ଛାଡ଼ିଥିବା କହିଛନ୍ତି ସେମାନେ । ସେମାନେ କହିଛନ୍ତି, ‘ଯାଜପୁର ଜିଲ୍ଲା ସଭାପତି ଲୋକଙ୍କ ପାଖକୁ ଯାଉନାହାନ୍ତି । ଲୋକଙ୍କ ସୁଖଦୁଃଖରେ ଠିଆ ହେଉନାହାନ୍ତି । ଆଗାମୀ ଦିନରେ ଅଧିକରୁ ଅଧିକ ବିଜେପି କର୍ମୀ ବିଜେଡିରେ ମିଶିବେ ବୋଲି ଦୁଇ ଯୁବ ନେତା କହିଛନ୍ତି।ଯାଜପୁର ବିଧାୟକଙ୍କ ବିକାଶମୂଳକ କାମରେ ସମସ୍ତ ପ୍ରଭାବିତ ହୋଇଛନ୍ତି । ଷଠିପୁରରୁ ମଙ୍ଗଳପୁର ଯାଏଁ ବିଧାୟକଙ୍କ ବିକାଶ କାମ ଚାଲିଛି । ବିଜେଡିରେ ମିଶି ଯାଜପୁରର ବିକାଶ ସହିତ ସାମିଲ ହେଲୁ ବୋଲି ବିଜେପିର ଦୁଇ ପୂର୍ବତନ ନେତା କହିଛନ୍ତି।

Exit mobile version