Site icon ଆଜିକାଲି

ଭାଙ୍ଗିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ : ରାସ୍ତାରେ ଆଣ୍ଠୁଏ ପାଣି, ଯାତାୟାତ ବାଧାପ୍ରାପ୍ତ

ବାଲିଆପାଳ : ଲଗାଣ ବର୍ଷାରେ ଭାଙ୍ଗିଲା ଜାମକୁଣ୍ଡା ଶୁଳୁଷା ପାଣ୍ଠ କୋଷ୍ଟ କେନାଲ ସୁଇଚ୍ ଗେଟ୍ ପୋଲ। ଫଳରେ ରାସ୍ତାରେ ଆଣ୍ଠୁଏ ପାଣି ପ୍ରବାହିତ ହେଉ ଥିବାବେଳେ ଜାମକୁଣ୍ଡା ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ସୁଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମକୁଣ୍ତା ଷୋଳଶା ପାଣ୍ଠ କୋଷ୍ଟ କେନାଲର ସ୍ଲୁଇସ୍ ଗେଟ୍‌ ଭାଙ୍ଗିଯାଇଛି। ଫଳରେ ବାଲିଆପାଳ-ଜାମକୁଣ୍ଡାକୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ଆଣ୍ଠୁଏ ଉପରେ ପାଣି ପ୍ରବାହିତ ହେଉଛି।  ସ୍ଲୁଇସ୍ ଗେଟ୍‌ ଭାଙ୍ଗିଯିବା ଯୋଗୁ ହଜାର ହେକ୍ଟର ଚାଷ ଜମିରେ ପାଣି ମାଡ଼ିଯାଇଛି। ଫଳରେ ଚାଷ ଜମି ନଷ୍ଟ ହେବାର ଆଶଙ୍କା ରହିଛି। ଜଳସେଚନ ବିଭାଗ ପକ୍ଷରୁ ବାଲି ବସ୍ତା ପକାଇ ମରାମତି କରା ଯାଉଥିବା ସୂଚନା ରହିଛି।

Exit mobile version