Site icon ଆଜିକାଲି

ଆଜି ଭୁବନେଶ୍ୱରରେ ପାଳିତ ହେବ ଜନଜାତୀୟ ଗୌରବ ଦିବସ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣାକ୍ରମେ ମହାନ ଜନଜାତି ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି । ଏହି କ୍ରମରେ ଭୁବନେଶ୍ୱରସ୍ଥିତ କିସ୍ ବିଶ୍ୱବିଦ୍ୟାଳୟ ପରିସରରେ ଜନଜାତୀୟ ଗୌରବ ଦିବସ ଆୟୋଜନ କରାଯିବ । ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର ସଂସଦୀୟ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ଏହାଛଡ଼ା ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ସମାରୋହରେ ଅଂଶଗ୍ରହଣ କରିବେ । କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉମା ନନ୍ଦୁରୀ, ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ, ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ରାଜ୍ୟ ଆଇନ, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଜନଜାତି ଉଦ୍ୟମୀ ଏବଂ ସଫଳ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ । କିସ ଛାତ୍ରଛାତ୍ରୀଙ୍କ ଦ୍ୱାରା ଜନଜାତି ନୃତ୍ୟ ପରିବେଷଣ କରାଯିବ । ବିଶିଷ୍ଟ ଜନଜାତି ଅତିଥି କଳାକାର ମାନେ କାର୍ଯ୍ୟକ୍ରମ ଅବସରରେ ଢେମସା ନୃତ୍ୟ ପରିବେଷଣ କରିବେ ।

Exit mobile version