Site icon ଆଜିକାଲି

୧୭ ଜାନୁଆରୀ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ- ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ । ସନ୍ତାନ ହେତୁକ ଚିନ୍ତା ଦୂର ହେବା ସମ୍ଭାବନା ରହିଛି । ଉଧାର ଦେଇଥିବା ଟଙ୍କା ମିଳିବ । ପୈତୃକ ସମ୍ପତ୍ତି କୁ ନେଇ ପାରିବାରିକ ଦ୍ୱନ୍ଦ ତୁଟିଯିବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟତ କରନ୍ତୁ ।

ବୃଷ- ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳ ପ୍ରାପ୍ତି ହେବ । ନୂତନ କର୍ମ ପ୍ରାପ୍ତିର ସୁଯୋଗ ପାଇବେ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ପରୀକ୍ଷା ପରିଣାମ ଅନୁକୂଳ ହେବ ।

ମିଥୁନ- କର୍ମକ୍ଷେତ୍ରରେ ସମ୍ମାନଲାଭ ଓ ପଦମର‌୍ୟ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ କଠିନ ପରିଶ୍ରମ କରି ସଫଳତା ପାଇବେ । କିଛି ସହାନୁଭୂତିମୂଳକ ଆଲୋଚନା ଓ ସମାଲୋଚନା ଭିତରେ ପରିବାରରେ ଶାନ୍ତି ଫେରି ଆସିପାରେ। ଦ୍ରବ୍ୟ ନଷ୍ଟ ହୋଇପାରେ। ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ।

କର୍କଟ- ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ । ସଭାସମିତି ଏପରିକି କହିବା ଲେଖିବାର ସମ୍ପର୍କ ଯେଉଁଠାରେ ରହିଛି ସେହି ସବୁ ଦିଗ ଅନୁକୂଳ ରହିବ। ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ, ସେମାନଙ୍କୁ ମନେଇ ନିଜ କାମରେ ଲଗାଇ ପାରନ୍ତି ।

ସିଂହ- ଟଙ୍କା ପଇସା ସମ୍ପର୍କିତ ସମସ୍ତ କାମ ସାବଧାନତା ସହକାରେ କରିବା ବିଧେୟ। ପରିବାର ଲୋକଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟହେବେ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପୁଅ ଝିଅଙ୍କ କର୍ମ ସ୍ଥିର ହେବା ଫଳରେ ଖୁସି ହେବେ ।

କନ୍ୟା- କୈାଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । କର୍ମକ୍ଷେତ୍ରରେ ଦକ୍ଷତା ଓ ସମୟାନୁବର୍ତ୍ତିତା କାରଣରୁ ଉଚ୍ଚପ୍ରଶଂସିତ ହେବେ। ଜମିଜମା, ଗୃହସୀମା ଓ ଆନୁଷ୍ଠାନିକ କର୍ମରେ ସମସ୍ୟା ଲାଗି ରହିବ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ ଏବଂ କୃତକାର‌୍ୟ୍ୟ ମଧ୍ୟ ହେବେ

ତୁଳା- ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଅପରାହ୍ନରେ ପାଇ ଖୁସି ହେବେ। ନିର୍ମାଣ, ପ୍ରକାଶନ, କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ପ୍ରିୟବନ୍ଧୁଙ୍କୁ ଦେଇଥିବା ଅର୍ଥକୁ କେନ୍ଦ୍ରକରି କିଛି ସମସ୍ୟାର ସୂଚନା ରହିଛି। ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ । ବିଦ୍ୟାର୍ଥୀ ମାନେ ନାନା ସମସ୍ୟାରେ ଆଗେଇବେ ।

ବିଛା- ବିଭିନ୍ନ ପ୍ରକାର ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇପାରନ୍ତି । ବନ୍ଧୁମାନଙ୍କୁ ମିଠା ପରିବାର ଭିତରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ମିଳିବ। କଥା ଦ୍ୱାରା କରି କାମ ହାସଲ କରିବେ।

ଧନୁ- ଦୁର୍ବଳତା ହେତୁ ପାରିବାରିକ ସମସ୍ୟା କ୍ରମଶଃ ଜଟିଳ ହେବା କାରଣରୁ ମନ ଭଲ ରହିବ ନାହିଁ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ଏବଂ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି ।
ବଳହୀନତାରୁ ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପଛରୁ ଗୋଡ ଟାଣିପାରନ୍ତି।

ମକର- ଜିବିକା ଅର୍ଜନରେ ସଫଳତା ଲାଭ ପାଇବେ । ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହଯୋଗରୁ ଉପକୃତ ହେବେ। ଅସୁବିଧାବଶତଃ ଅତ୍ୟାବଶ୍ୟକ କାମଗୁଡ଼ିକ ଅଟକି ରହିଥିବା କାରଣରୁ ଚିନ୍ତାକରି ଅନ୍ୟମନସ୍କ ରହିପାରନ୍ତି । ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯିବାର ଅନୁଭବ କରିବେ।

କୁମ୍ଭ- ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱାଭାବ ଯୋଗୁ ବିଚଳିତ ହୋଇପାରନ୍ତି । ବାଣିଜ୍ୟ,ପରିବହନ,ପ୍ଲଟିଂ କାରବାର, ଆଲୋଚନା ଓ କଚେରି ମାମଲା କ୍ଷେତ୍ରରେ ଶୁଭଫଳ ମିଳିବ । ବନ୍ଧୁଙ୍କ ସହ ଆଳାପରେ ଅଧିକାଂଶ ସମୟ କଟାଇବେ। ଛୋଟ ଛୋଟ କଥାକୁ ଚିନ୍ତାକରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି ।

ମୀନ- କୌଣସି ବ୍ୟକ୍ତିଠାରୁ କିଛି କଥା ଶୁଣି ନିଜ ଲୋକଙ୍କୁ ଭୁଲ୍ ବୁଝିବେ। କର୍ମକ୍ଷେତ୍ରରେ ତରବରିଆ ଭାବେ କୌଣସି କାମ କଲେ ଓଲଟା ଫଳ ପାଇବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା ଅଦଳବଦଳ ହୋଇଯାଇପାରେ।

Exit mobile version