ଭୁବନେଶ୍ବର : ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି- ଏନ୍ଟିଏ ପକ୍ଷରୁ କରାଯାଇଥିବା ଜେଇଇ ମେନ୍-୨୦୨୩ର ଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ଫଳାଫଳ ଅଫିସିଆଲ୍ ଓ୍ୱେବସାଇଟ୍ jeemain.nta.nic.in ଜରିଆରେ ଦେଖିପାରିବେ।
ଚଳିତବର୍ଷ ମୋଟ ୮.୬ ଲକ୍ଷ ପରୀକ୍ଷାର୍ଥୀ ପେପର୍-୧ ପରୀକ୍ଷା ଦେଇଥିବା ବେଳେ ୦.୪୬ ଲକ୍ଷ ପରୀକ୍ଷାର୍ଥୀ ପେପର୍-୨ ପରୀକ୍ଷା ଦେଇଥିଲେ। ଏନ୍ଟିଏ ଏହି ପ୍ରବେଶିକା ପରୀକ୍ଷା ଆରମ୍ଭ କରିବା ପରଠାରୁ ଏବର୍ଷ ସର୍ବାଧିକ ୯୫.୭୯% ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଯାହାକି ପୂର୍ବ ରେକର୍ଡକୁ ଭାଙ୍ଗିଥିଲା । ପୂର୍ବରୁ କୌଣସି ବର୍ଷ ଏତେ ପରିମାଣରେ ପରୀକ୍ଷାର୍ଥୀ ପରୀକ୍ଷା ଦେଇନଥିଲେ । ସେହିପରି ଆସନ୍ତା ୨ଦିନ ମଧ୍ୟରେ ଜେଇଇ (ମେନ୍) ସେସନ୍-୨ ଲାଗି ଆରମ୍ଭ ହେବ ରେଜିଷ୍ଟ୍ରେସନ ।