Site icon ଆଜିକାଲି

ନୀଳଗିରି ମୁହାଁ ଝାଡ଼ଖଣ୍ଡ ହାତୀପଲ, ଆତଙ୍କିତ ଅବସ୍ଥାରେ ଲୋକେ

ନୀଳଗିରି : ନୀଳଗିରିବସି ଏବେ ଆତଙ୍କିତ । କାରଣ ନୀଳଗିରି ଆଡକୁ ମୁହାଁଇଛନ୍ତି ଝାଡ଼ଖଣ୍ଡ ହାତୀପଲ। ଏନେଇ ବନବିଭାଗ ନୀଳଗିରି ସୀମାନ୍ତରେ ସଜାଗଥିବା ଜଣାପଡିଛି।

ସୂଚନା ଯେ, ଆଜକୁ ୧୩ ବର୍ଷ ଧରି ନୀଳଗିରି ଅଞ୍ଚଳକୁ ଝାଡଖଣ୍ଡ ହାତୀପଲ ଆସି ବ୍ୟାପକ ଉପଦ୍ରଵ କରିଥାନ୍ତି। ଧାନଫସଲ ସମୟରେ ହାତୀପଲ ଆସି ବ୍ୟାପକ ଫସଲ ନଷ୍ଟକରି ଘରଭାଙ୍ଗିଥାନ୍ତି। ହେଲେ ଚଳିତ ବର୍ଷ ଧାନଫସଲ ଅମଳ ହୋଇସାରିଥିବାରୁ କ୍ଷେତରେ ତାହା ଗଛିତ ହୋଇ ଅନେକ ରହିଛି। କିଛି ଧାନ ଘରେ ମଧ୍ୟ ଚାଷୀମାନେ ଗଛିତ କରିଥିବାର ଜଣାପଡିଛି। କିଛିଦିନ ଆଗରୁ ଝାଡ଼ଖଣ୍ଡ ହାତୀପଲରୁ ପାଇଲଟ ଦନ୍ତା ନୀଳଗିରି ଆସି ସର୍ଭେ କରି ଫେରିବା ପରେ ହାତୀ ଆସିବା ସୁନିଶ୍ଚିତ ଜଣାପଡିଥିଲା।

ହାତୀପଲ ନୀଳଗିରି ସୀମାନ୍ତ ବେତନଟୀ ରେଞ୍ଜ ଜଙ୍ଗଲରେ ଅଛନ୍ତି । ହାତୀପଲରେ ୨୬ଟି ହାତୀଥିବା ଜଣାପଡିଛି। ହାତୀପଲ ଯଦି ନୀଳଗିରି ଆସନ୍ତି ତାହାଲେ ଧାନଫସଲ ଅମଳ ହୋଇ ଗଛିତ ସ୍ଥାନରେ ବ୍ୟାପକ ଉପଦ୍ରଵ କରି ପାରନ୍ତି ବୋଲି ଜଣାପଡିଛି। କେବଳ ସେତିକି ନୁହେଁ ଗାଁକୁ ପଶି ଘରଭାଙ୍ଗି ମଧ୍ୟ ଅମଳ ହୋଇରହିଥିବା ଧାନ ଓ ଖାଦ୍ୟପାଇଁ ପରିବା ଫସଲରେ ଉପଦ୍ରଵ କରିବାର ସମ୍ଭାବନା ରହିଛି। ତେଣୁ ନୀଳଗିରି ବନବିଭାଗ ତରଫରୁ ହାତୀଙ୍କ ଦାଉରୁ ଗାଁ ସୁରକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏପରିକି ନୀଳଗିରି ରେଞ୍ଜର ଅଇସା ଏ ନିଶାଙ୍କ ନେତୃତ୍ୱରେ ଏକ ଟିମ ନୀଳଗିରି ସୀମାନ୍ତ ଦୁର୍ଗାଦେବୀ ଅଞ୍ଚଳରେ ମୁତୟନ ଅଛନ୍ତି ।

Exit mobile version