Site icon ଆଜିକାଲି

ଜିଲିଙ୍ଗ୍ ଲାଙ୍ଗାଲୋଟା ଲୈାହଖଣିରେ ୪୧ତମ ଖଣି ସୁରକ୍ଷା ସପ୍ତାହ

କେନ୍ଦୁଝର,୧୬ା୧୨ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଜୁରୁଡି ସ୍ଥିତ ଜିଲିଙ୍ଗ୍ ଲାଙ୍ଗାଲୋଟା ଲୈାହଖଣି ମେସର୍ସ ଓଡିଶା ଖଣି ନିଗମ ପକ୍ଷରୁ ଡିଜିଏମ୍ ଏସ୍ ଭୁବନେଶ୍ବର-୧ ଆନୁକୂଲ୍ୟରେ ୪୧ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ-୨୦୨୩ ମହାସମାରୋହରେ ପାଳିତ ହୋଇଛି । ଏହି ଉତ୍ସବ ଅବସରରେ ଶ୍ରୀ ଚିନ୍ମୟ କୁମାର ପରିଡା,ଉପସାଧାରଣ ପରିଚାଳକ(ଖଣି) ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅଭିମନ୍ୟୁ ସାମଲ,ଅତିରିକ୍ତ ସାଧାରଣ ପରିଚାଳକ(ଖଣି)ମେମର୍ସ ଜିନ୍ଦଲ ଷ୍ଟିଲ ପାୱାର ଲିମିଟେଡ ଶ୍ରୀ ଅଞ୍ଜନ କୁମାର ସାହୁ,ଖଣି ପରିଚାଳକ ମେମର୍ସ ସିରାଜୁଦ୍ଧିନି ଶ୍ରୀ ଅଜୟ କୁମାର,ଯାନ୍ତ୍ରିକ ପରିଚାଳକ ମେସର୍ସ ଟାଟା ଷ୍ଟିଲ ଯୋଗଦେଇଥିଲେ।ଉପସ୍ଥିତ ଅତିଥି ମାନଙ୍କୁ କମ୍ପାନୀର ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ । ଖଣି ନିଗମ ପକ୍ଷରୁ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ ଗୃହରେ ଅଧିକାରୀ ଏବଂ ଅତିଥି ମାନଙ୍କ ଭିତରେ ପରିଚୟ ପ୍ରଦାନ କାର୍ଯ୍ୟକ୍ରମ ପରେ ଖଣି ନିଗମ ସଂଙ୍ଗୀତ ଓ ସୁରକ୍ଷା ସଂଲଗ୍ନ ଉପସ୍ଥାପନା ପ୍ରଜେକ୍ଟ କରାଯାଇଥିଲା । ଏଥିସହ ସମସ୍ତ ଅତିଥି ଙ୍କୁ ନେଇ ଆୟୋଜିତ ପ୍ରଦର୍ଶନୀ ଷ୍ଟଲ ଉଦଘାଟନ କରାଯାଇଥିଲା । ଉକ୍ତ ପ୍ରଦର୍ଶନୀ ଷ୍ଟଲରେ ଡିଏଭି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଓ କମ୍ପାନୀର ଅଧିକାରୀ ସମେତ କର୍ମଚାରୀ ବିଭିନ୍ନ ସୁରକ୍ଷା କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ । ପରେ ପୋଷ୍ଟର ଏବଂ ସ୍ଲୋଗାନ ବିଭାଗକୁ ଯାଇ ମୂଲ୍ୟାୟନ କରିଥିଲେ । ଖଣିର ବିଭିନ୍ନ ପ୍ରସ୍ତାବକୁ ଯାଇ ଖଣି ତଦାରଖ କରିବା ସହିତ ସୁରକ୍ଷା ଦିଗରେ ନିଆଯାଇଥିବା ପଦକ୍ଷେପକୁ ପରିଦର୍ଶନ କରିଥିଲେ।ସୁରକ୍ଷା ଉପରେ ନିଆଯାଇଥିବା ନୂତନ ପଦକ୍ଷେପ ତଥା ଏଫ୍.ଏମ୍.ଏସ୍. ତେଲ ଟ୍ରାପିଂ ସିଷ୍ଟମ ଖଣି ରାସ୍ତା ଛିଞ୍ଚନ ପଦ୍ଧତି ଏକକ ପଥ ଟ୍ରାଫିକ ପ୍ରଶସ୍ତି କରଣ ଆଦି ବୁଲି ଭୁୟସି ପ୍ରଶଂସା କରିଥିଲେ । ଶେଷ ପର୍ଯ୍ୟାୟରେ ବହୁମୁଖି ହଲରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇଥିବା ଉତିର୍ଣ୍ଣ ପ୍ରତିଭା ଙ୍କୁ ପୁରସ୍କୃତ କରାଯାଇଥିଲ‍ା । କମ୍ପାନୀ କର୍ମଚାରୀ ଙ୍କ ଦ୍ବାରା ପ୍ରଦର୍ଶୀତ ସୁରକ୍ଷା ନାଟକ ‘କବଚ’ ଅତିଥି ମାନଙ୍କ ଦ୍ବାରା ବେଶ୍ ପ୍ରସଂଶାପାତ୍ର ହୋଇଛି । ଏହି କାର୍ଯ୍ୟକ୍ରମରେ ଖଣି ବିଭାଗର ଶ୍ରୀ ସୈାମ୍ୟରଞ୍ଜନ ମହାନ୍ତ,ତାପସ ମହାପାତ୍ର,ଅରବିନ୍ଦ ମହାନ୍ତ,ଚିତ୍ରସେନ ସାହୁ,ଭୀମ କିସ୍କୁ,ଦେବାଶିଷ ରାଓ,ଅସୀମ ଦାସ,ଲଳିତ ପାତ୍ର,ସିଦ୍ଧାନ୍ତ ସେଠୀ,ଦିଲ୍ଲୀପ ଗୈାଡ,ବିବେକାନନ୍ଦ ମଲ୍ଲିକ,ମାନବସମ୍ବଳଅଧିକାରୀ ଜଗନ୍ନାଥ ବେହେରା,ସିକ୍ୟୁରିଟି ଅଫିସର ନିରାକାର ସାହୁ,ଭୁତତ୍ତ୍ବ ବିଭାଗର ତରୁଣ କୁମାର କାଣ୍ତେୟାଂ,ପଞ୍ଚାନନ ସାହୁ,ସୁନୀତା ପଣ୍ତା,ଅନନ୍ତ ଅସିସ୍ ଦାସ,ସିଏସ୍ ଆର୍ ବିଭାଗ ର ଗଣେସ ବେହେରା,ବିଦ୍ୟୁତ ବିଭାଗର ନିରଞ୍ଜନ ଜେନା,ସିଭିଲ ବିଭାଗର ଚାମୁଣ୍ତା ମାଝି,ପରିବେଶ ବିଭାଗର ସାଗରିକା ପାତ୍ର,ଫାଇନାନ୍ସ ବିଭାଗର ସନ୍ତୋଷ ବେହେରା,ଆଇଟି ବିଭାଗର ରାଜିବ ସେନାପତି ସମେତ ସମସ୍ତ କର୍ମଚାରୀ,ସହଭାଗୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

Exit mobile version