Site icon ଆଜିକାଲି

ଜେଏମଏମ ପକ୍ଷରୁ ଆଜି ୨୪ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା

ବାରିପଦା : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମମ) ଦଳ ପକ୍ଷରୁ ୧୫ ଦଫା ଦାବି ପୂରଣ ନେଇ ଆଜି ୨୪ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ୧୫ ଦଫା ଦାବି ଗୁଡିକ ହେଲା, ବାଦାମପାହାଡ଼ ଓ ଗୋରୁମହିଷାଣୀ ଲୌହ ଖଣିରେ ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି, ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ସହିତ ବନ୍ଦ ହୋଇ ପଡ଼ିଥିବା ଶିଳ୍ପକୁ ପୁନଃ ପ୍ରଚଳନ କରି ଯୁବ ଗୋଷ୍ଠୀଙ୍କୁ ନିଯୁକ୍ତି ଯୋଗାଇବା, ଗ୍ରାମାଞ୍ଚଳ ଡାକ୍ତରଖାନା ଓ ପିଆରଏମ ମେଡିକାଲ କଲେଜରେ ଡାକ୍ତର ନିଯୁକ୍ତି ସହ ଉପକରଣ ଯୋଗାଇବା, ରାଇରଙ୍ଗପୁର ହସ୍ପିଟାଲରେ ଆଇସିୟୁ ବ୍ୟବସ୍ଥା, ସାନ୍ତାଳୀ, ମୁଣ୍ଡାରୀ, ହୋ, ସହିତ କୁଡ଼ମାଲି ଭାଷାକୁ ଦ୍ୱିତୀୟ ରାଜ୍ୟ ଭାଷା ଭାବେ ମାନ୍ୟତା ସହିତ ଭାଷା ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଆଦିବାସୀ ମାନଙ୍କ ସାରନା ଧର୍ମ କୋଡ଼ ଲାଗୁ କରିବା ଆଦି ରହିଛି । ତେବେ ବନ୍ଦ ସମୟରେ ଆମ୍ବୁଲାନ୍ସ, ବିଜୁଳି ଓ ପାଣି ଯୋଗାଣ ଭଳି ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି ।

ସକାଳୁ ସକାଳୁ ବନ୍ଦ ପ୍ରଭାବରେ ବସ ଚଳାଚଳ , ଶିକ୍ଷାନୁଷ୍ଠାନ , ଦୋକାନ ବବଜାର ଆଦି ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୃତୟନ ହୋଇଥିବା ଦେଖିବାକୁ ମିଳିଛି ।

Exit mobile version