Site icon ଆଜିକାଲି

ଚାକିରି ନାଁରେ ଠକେଇ ମାମଲା : ଇଡିରେ ହାଜର ହେଲେ ଆକାଶ ପାଠକ

ଭୁବନେଶ୍ବର : ଚାକିରି ଦେବା ନାଁରେ ଠକେଇ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଫିସରେ ହାଜର ହୋଇଛନ୍ତି ପୂର୍ବତନ ଆଇଏଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ଆଜି ତାଙ୍କୁ ହାଜର ହେବା ପାଇଁ ସମନ ଜାରି ହୋଇଥିଲା।

ଟାଟା ମୋଟର୍ସର ଏମଡି ଭାବେ ପରିଚୟ ଦେଇ ବହୁ ଯୁବକଯୁବତୀଙ୍କୁ ଚାକିରି କରାଇ ଦେବା ନାଁରେ ଠକିଥିଲେ ଆକାଶ । ତାଙ୍କ ବାପା ଅଭୟକାନ୍ତ ମଧ୍ୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାରେ ଗିରଫ ହୋଇଥିଲେ । ଠକେଇ ଟଙ୍କାରେ‌ ଆକାଶଙ୍କ ବିଳାସମୟ ଜୀବନ ଯାପନର ଖିଅ ଖୋଜୁଛି ଇଡି ।

Exit mobile version