Site icon ଆଜିକାଲି

ଆଇପିଏଲ ୨୦୨୩ ସଂସ୍କରଣରୁ ବାଦ ପଡ଼ିଲେ ଜୋଫ୍ରା ଆର୍ଚର

ମୁମ୍ବାଇ: ଆଇପିଏଲ ୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଆଉ ଏକ ବଡ଼ ଝଟକା । ଆହତ ସମସ୍ୟା କାରଣରୁ ପୁରା ସଂସ୍କରଣରୁ ବାଦ ପଡ଼ିଲେ ଜୋଫ୍ରା ଆର୍ଚର । ସେହିପରି ଜୋଫ୍ରାଙ୍କ ସ୍ଥାନରେ ଇଂଣ୍ଡଲର ଦ୍ରୁତ ବୋଲର କ୍ରିସ୍ ଜୋର୍ଡାନଙ୍କୁ ସାମିଲ କରାଯାଇଛି । ଏନେଇ ଦଳ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

ଜୋଫ୍ରା ଆର୍ଚର ୨୦୨୧ରୁ ଆହତ ସମସ୍ୟା ଦେଇ ଗତି କରୁଥିଲା । ଗତ ୨୬ ମାସରେ ତାଙ୍କର ୬ଟି ସର୍ଜରୀ ହୋଇଛି । ଆହତରୁ ସମ୍ପୂର୍ଣ୍ଣ ଫିଟ୍ ହୋଇନଥିବାରୁ ତାଙ୍କୁ ଇଂଲଣ୍ଡ ଫେରି ଯିବାକୁ ପଡ଼ିଛି ।

Exit mobile version