Site icon ଆଜିକାଲି

ପୋଲିସ ଓ ବନବିଭାଗର ମିଳିତ ଚଢାଉ : ଦୁଇ ଶିକାରୀ ଗିରଫ

ଉଦଳା : ମୟୁରଭଞ୍ଜ ଜିଲା ଉଦଳା ଫୁଲବାଡ଼ିଆ ଅଞ୍ଚଳରେ ପୋଲିସ ଓ ବନବିଭାଗର ମିଳିତ ଚଢାଉ । ଏହି ଚଢାଉରେ ଦୁଇ ଶିକାରୀ ଗିରଫ ସହ ସେମାନଙ୍କ ନିକଟରୁ ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ ହୋଇଛି ।

ସୂଚନା ଯେ, ବିଶେଷସୁତ୍ରରୁ ଖବର ପାଇ ଉଦଳା ପୋଲିସ ସ୍ଥାନୀୟ ବନବିଭାଗ ସହାୟତାରେ ଫୁଲବାଡ଼ିଆ ଅଞ୍ଚଳରେ ଚଢାଉ କରିଥିଲେ । ଏହି ଚଢାଉରେ ଶିବ ସିଂ ଏବଂ ବାସୁଦେବ ସିଂ ନାମକ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଏହି ଶିକାରୀମାନେ ଦେଶୀ ବନ୍ଧୁକ ଓ ଶିକାର ସାମଗ୍ରୀ ନିଜ ଘରେ ଲୁଚାଇ ରଖିଥିଲେ । ସେମାନଙ୍କ ନିକଟରୁ ୩ ଗୋଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ସହ ଫାଶ, ଧନୁ ଏବଂ ତୀର ଜବତ କରିଛି । ଏକ ଭଙ୍ଗା ଦେଶୀ ବନ୍ଧୁକ ମଧ୍ୟ ରହିଛି ।

Exit mobile version