Site icon ଆଜିକାଲି

ସାମ୍ବାଦିକା ମଧୁମିତା ପରିଡା ଆତ୍ମହତ୍ୟା ମାମଲା, ଡାଏରୀ ଜବତ କଲା ପୁଲିସ

ଭୁବନେଶ୍ୱର: ସାମ୍ବାଦିକା ମଧୁମିତା ପରିଡା ଆତ୍ମହତ୍ୟା ମାମଲାରେ ଛାନଭିନ ଜାରି ରଖିଛି ଧଉଳି ଥାନା ପୁଲିସ । ମଧୁମିତା ରହୁଥିବା ବାପୁଜୀନଗର ଭଡା ଘରୁ ସୁଇସାଇଡ ନୋଟ୍‌ ଜବତ କରିଛି ପୁଲିସ ।

ଅଭିଯୁକ୍ତ ଶ୍ରୀଧରଙ୍କୁ ନେଇ ଭଡା ଘରେ ଗୁରୁବାର ପୁଲିସ ଛାନଭିନ୍‌ କରିଛି । ସ୍ୱାମୀଙ୍କ ପରକୀୟା ପ୍ରତି ନେଇ ସନ୍ଦେହ କରି ଆତ୍ମହତ୍ୟା କରିଥିଲେ ସାମ୍ବାଦିକା ମଧୁମିତା ପରିଡା । ଅଭିଯୁକ୍ତ ସ୍ୱାମୀ ଶ୍ରୀଧରଙ୍କୁ ଘଟଣାସ୍ଥଳକୁ ନେଇ ପୁଲିସ ଖୋଳତାଡ କରିବ ବୋଲି ସୂଚନା ମିଳିଛି । ସେପଟେ ମଧୁମିତାଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀଧର । ସେ ପୂର୍ବରୁ ବିବାହିତ ଏବଂ ତାଙ୍କର ଛାଡପତ୍ର ହୋଇଥିଲା ବୋଲି ମଧୁମିତା ଓ ତାଙ୍କ ପରିବାର ପୂର୍ବରୁ ଜାଣିଥିବା କହିଛନ୍ତି ଶ୍ରୀଧର ।

Exit mobile version