Site icon ଆଜିକାଲି

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର : ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। କନ୍ଧମାଳ ଏବଂ ପୁରୀ ଲୋକସଭା କ୍ଷେତ୍ରରେ ଜନସଭା କରିବେ ଶ୍ରୀ ନଡ୍ଡା । ୨୦୨୪ ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିବେ।

ସୂଚନା ଯେ, ଭୁବନେଶ୍ବରର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ହେଲିକପ୍ଟରରେ ତୁମୁଡ଼ିବନ୍ଧ ଯିବେ ଶ୍ରୀ ନଡ୍ଡା। ତୁମୁଡ଼ିବନ୍ଧ ମିନି ଷ୍ଟାଡିୟମରେ ସାଧାରଣ ସଭା ହେବ। ଜଲେଶପେଟ୍ଟା ନୂତନ କନ୍ୟାଶ୍ରମ ଉଦଘାଟନ କରିବେ ନଡ୍ଡା। ଏହାପରେ ବାଣପୁର ପଲଟନ ପଡ଼ିଆରେ ସାଧାରଣ ସଭାରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ବାଣପୁର ମା’ ଭଗବତୀଙ୍କୁ ଦର୍ଶନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏହାସହ ନାଚୁଣୀ କଲେଜ ଇନଡୋର ଷ୍ଟାଡିୟମରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଜେପି ନଡ୍ଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Exit mobile version