Site icon ଆଜିକାଲି

ସନ୍ତୋଷୀ ମା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

କେନ୍ଦୁଝର, ୧୩/୧୨ କେନ୍ଦୁଝର ସଦର ବ୍ଲକ ଅଧିନସ୍ଥ ସନ୍ତୋଷୀ ମା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବୁଧବାର ଦିନ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ନୂଆ ‘ଓ’ ଯୋଜନା ମାଧ୍ୟମରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସାଂସ୍କୃତିକ ପ୍ରତିଯୋଗିତା ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ଯୁକ୍ତ ସତ୍ୟନାରାୟଣ ସାହୁଙ୍କ ସଭାପତିତ୍ବରେ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସଦର ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ଏହି ଯୋଜନା ମୁଖ୍ୟତ ଗ୍ରାମାଞ୍ଚଳରେ ଥିବା ଲୁକାୟୀତ ପ୍ରତିଭାକୁ ପ୍ରଫୁଟିତ କରିବାର ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଏ ଅଞ୍ଚଳ ସମାଜସେବୀ ତଥା ଶିକ୍ଷାବିତ ସୁରେନ୍ଦ୍ରନାଥ ସିଂହ ଯୋଗ ଦେଇ ଏହା ଦ୍ଵାରା ଯୁବ ପ୍ରତିଭାର ବିକାଶ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ରୂପେ କେନ୍ଦୁଝରସ୍ଥିତ ଶିଷ୍ୟ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ପଣ୍ଡା ଯୋଗଦେଇ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସନ୍ତୋଷୀ ମା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀଯୁକ୍ତ ହିମାଂଶୁ ଶେଖର ମହନ୍ତ ଯୋଗ ଦେଇ ଏ ଅନୁଷ୍ଠାନର ଗନ୍ତାଘର ବୋଲି ମତ ବ୍ୟକ୍ତ କରିବା ସହିତ ନିଜ ନିଜ କଳାକୃତିର ପରିଚୟ ଦେବାରେ ଏହା ଏକ ଅଭିନବ ସୁଯୋଗ ବୋଲି କହିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ ସଭା ପରେ ସଙ୍ଗୀତ,ନୃତ୍ୟ ଓ ସୁଜନଶିଳ ଲିଖନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ସ୍ମୃତି ବନାର୍ଜୀ ସଂଯୋଜନା କରିଥିଲେ ଏବଂ ଅଧ୍ୟାପକ ସତ୍ୟବ୍ରତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଅମୀୟ ସାମନ୍ତରା,ପ୍ରକାଶ କୁମାର ଆଚାର୍ଯ୍ୟ,ନାରାୟଣ ସାହୁ,ତୁଳସୀ ଚରଣ ମହାନ୍ତ,ଅଶୋକ କୁମାର ସାହୁ, ଶିରିଶ ଚନ୍ଦ୍ର ରାଉତ, ମନିଷ କୁମାର ନନ୍ଦ,ପ୍ରଦୀପ୍ତ କୁମାର ସାହୁ,ଅଧ୍ୟାପିକା ନିରୁପମା ଦାସ,ସ୍ନିଗ୍ଧା ଦାସ,ମହେନ୍ଦ୍ର କୁମାର ମହାନ୍ତ ଓ ଅନ୍ୟ ସମସ୍ତ କର୍ମଚାରୀ ମାନେ ସକ୍ରିୟ ସହଯୋଗ କରିଥିଲେ । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ସମସ୍ତ ଛାତ୍ର ଛାତ୍ରୀ ମନଭୋରି ଉପଭୋଗ କରିଥିଲେ ।

Exit mobile version