Site icon ଆଜିକାଲି

ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍ ଯାପିତ

କେନ୍ଦୁଝର,୧୩ା୧୨ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ସଡଙ୍ଗି ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍ ଯାପିତ ହୋଇଯାଇଛି। ଉଦ୍ ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଶ୍ରୀଯୁକ୍ତ ଜଗନ୍ନାଥ ନାଏକ ଯୋଗଦେଇ ଯୁବ ଓଡିଶାର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଜେନ୍ଦ୍ର ନାରାୟଣ ସାହୁ,ମୁଖ୍ୟବକ୍ତା ଚନ୍ଦ୍ରଶେଖର କଲେଜର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର କର ମଞ୍ଚାସିନ ଅତିଥିଭାବେ ଯୋଗଦେଇଥିଲେ।ଅଧ୍ୟକ୍ଷ ବସନ୍ତ କୁମାର ମହାନ୍ତ ସଭାପତିତ୍ବ କରିଥିଲେ। ନୋଡାଲ ଅଫିସର ଅଧ୍ୟାପକ ବଦ୍ରିନାରାୟଣ ବାରିକ୍,ଉପସ୍ଥାପକ ଭାବେ ଆଧ୍ୟାପକ ଶ୍ରୀଯୁକ୍ତ ଦିଲ୍ଲିପ କୁମାର ସାହୁ ଉପସ୍ଥିତଥିଲେ।ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଅଜୟ ସାହୁ,ସରୋଜ ମିଶ୍ର,ସରୋଜିନୀ ପୃଷ୍ଟି,ମନୋଜ ସେଠୀ,ବିଦ୍ୟାଧର ଚୈଧୁରୀ ସହଯୋଗ କରିଥିଲେ। କୃତି ପ୍ରତିଯୋଗୀ ଙ୍କୁ ମୁଖ୍ୟ ଅତିଥି ଟ୍ରଫି ମାନପତ୍ର ପ୍ରଦାନ କରିଥିଲେ। ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଦିଲ୍ଲିପ କୁମାର ସାହୁ ଧନ୍ୟଵାଦ ଅର୍ପଣ କରିଥିଲେ।

Exit mobile version