Site icon ଆଜିକାଲି

ଯୁବ ଓଡି଼ଶା ନବୀନ ଓଡି଼ଶା କାର୍ଯ୍ୟକ୍ରମ ଉଦଯାପିତ

କେନ୍ଦୁଝର, ୪/୧୨ ଧରଣୀଧର ବିଶ୍ବବିଦ୍ୟାଳୟରେ ଗତ ପନ୍ଦର ତାରିଖରୁ ଆରମ୍ଭ ହୋଇଥିବା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ଯକ୍ରମ ସମୋବାର ଉଦଯାପିତ ହୋଇ ଯାଇଛି। ଆରମ୍ଭରେ ମଞ୍ଚାସୀନ ଅତିଥିବୃନ୍ଦ ମା ତାରିଣୀଙ୍କ ଫଟୋଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାରୋହର ଶୁଭାରମ୍ଭ କରିଥିଲେ। ଆରମ୍ଭରୁ ସ୍ନାତ୍ତକୋତର ପରିଷଦର ଅଧ୍ୟକ୍ଷ ଡଃ ସତ୍ୟବ୍ରତ ମିଶ୍ର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କୁଳସଚିବ ନରେନ୍ଦ୍ର କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଯୁବ ବିକାଶ କାର୍ଯ୍ୟକ୍ରମ ର ପ୍ରଶଂସା କରି ଏହା ଯୁବ ପ୍ରତିଭାର ବିକାଶରେ ସହାୟକ ହେବ ବୋଲି ମତ ଦେଇଥିଲେ । କାର୍ଯ୍ୟକ୍ରମ ର ମୁଖ୍ଯ ଅତିଥି  ଜିଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନାଥ ନାଏକ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ଯୁବ କଲ୍ଯାଣ କାର୍ଯ୍ୟକ୍ରମ ସଂପର୍କରେ ସୁଚନା ଦେବା ସହ ଅଧିକ ସଂଖ୍ୟକ ଯୋଗଦାନ ଉପରେ ଗୁରୁତ୍ବ ଦେଇଥିଲେ। ବରଦା ପ୍ରସନ୍ନ ଦାସ, ଉପାଧ୍ଯକ୍ଷ କେନ୍ଦୁଝର ଗଡ ପୌରପାଳିକା ସମ୍ମାନିତ ଅତିଥି ଭାବେ ନିଜ ଅଭିଭାଷଣରେ ଯୁବ ପ୍ରତିଭାର ବିକାଶ ହିଁ ପ୍ରକୃତ ବିକାଶ ବୋଲି ପ୍ରକାଶ କରିଥିଲେ । ଜିଲା ଓକିଲ ସଂଘ ସଭାପତି ଆଶିଷ ଚକ୍ରବର୍ତ୍ତୀ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ଯୁବକ ମାନଙ୍କୁ ଦେଶର ଭବିଷ୍ୟତ ବୋଲି କହିବା ସହ ସରକାରଙ୍କ ଯୁବାଭିମୁଖୀ କାର୍ଯ୍ୟକ୍ରମ ର ବିକଳ୍ପ ନାହିଁ ବୋଲି ମତ ରଖିଥିଲେ।  ରାଜ୍ଯ ପ୍ରଦୁଷଣ ବୋର୍ଡ ର ମୁଖ୍ଯ ପରିବେଶ ଯନ୍ତ୍ରୀ ବିଜୟ କୁମାର ବେହେରା ନିଜ ଅଭିଭାଷଣ ରେ ସାମାଜିକ ପରିବେଶର ସୁରକ୍ଷା ଯୁବ ଶକ୍ତି ଉପରେ ନିର୍ଭରଶୀଳ ବୋଲି ମତ ରଖିଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବଡ଼ ର ଆଞ୍ଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର ଏହି ଅବସରରେ ଯୁବ ବିକାଶକୁ ଜନ ମଂଗଳ ସରକାରଙ୍କ ମୁଖ୍ଯ ଉଦ୍ଦେଶ୍ଯ ବୋଲି କହି କାର୍ଯ୍ୟକ୍ରମ ର ସଫଳତାରେ ଖୁସି ବ୍ଯକ୍ତ କରିଥିଲେ।  କେନ୍ଦୁଝର ର ସମାଜସେବୀ ତଥା ଓସ୍କାର ନିର୍ଦ୍ଦେଶିକା ଧରିତ୍ରୀ ରାଉତ୍ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦକ୍ଷତାର ଭୂୟସୀ ପ୍ରଶଂସା ସହ ଛାତ୍ରୀ ମାନଙ୍କ ସଫଳତା ହାରକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଏହି ଅବସରରେ ସ୍ଥାନୀୟ କାଉନସିଲର ହେମନ୍ତ କୁମାର ପତି ବିଶ୍ବ ବିଦ୍ୟାଳୟର ଶୃଙ୍ଖଳିତ କାର୍ଯ୍ୟକ୍ରମ କୁ ଅଭିନନ୍ଦନ ଜଣାଇ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବିଶ୍ବବିଦ୍ୟାଳୟର କୁଳସଚିବ ନରେନ୍ଦ୍ର କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମ ର ରୂପରେଖ ସଂପର୍କରେ ଆଲୋକପାତ କରିଥିଲେ । ଡଃ ଅନୁପମା ଦାଶ, ଡଃ ବିଜୟ କୁମାର ଦାଶ, ବଳରାମ ମାରାଣ୍ଡି,ମନୋରମା ଖଣ୍ଡା ନିଜ ନିଜ ଦାୟିତ୍ବ ରେ ଥିବା କାର୍ଯ୍ୟକ୍ରମ ର ବିବରଣୀ ପାଠ କରିଥିବା ବେଳେ ବିଶ୍ବବିଦ୍ୟାଳୟର କୁଳପତି ଡଃ ପ୍ରତାପ କୁମାର ମହାନ୍ତି ନିଜ ସଭାପତି ଅଭିଭାଷଣରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧିରେ ଏଭଳି କାର୍ଯ୍ୟକ୍ରମ ଅତୁଳନୀୟ ବୋଲି ମତ ପ୍ରକାଶ କରିଥିଲେ।  ଡଃ ଦାମୋଦର ସାହୁ, ଡଃ ବିଜୟକୁମାର ବେହେରା,ଡଃ ଅରୁନ୍ଧତୀ ଓଝା, ନିରଜା ନଳିନୀ ନାୟକ,ଡଃ ଦୀପକ କୁମାର ଦାଶ,ଦୋଳ ଗୋବିନ୍ଦ ରାଉତ୍,କୃଷ୍ଣ ଚନ୍ଦ୍ର ପ୍ରଧାନ, ଡଃ ସରିତା ନାଏକ,ସଲମା କିସ୍କୁ,ଡଃ ବିଜୟ ଲକ୍ଷ୍ମୀ ମାଝୀ, ଡଃ ସଂଗୀତା ଶୁଶ୍ରୀ ନାୟକ, ଡଃ ଶୁଚିସ୍ମିତା ଆଚାର୍ଯ୍ୟ,ଦୀନେଶ ମହାରଣା,ଡଃ ବିଶ୍ବ ରଂଜନ ଧଳ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ ସମାରୋହକୁ ସଂଯୋଜନା କରିଥିଲେ ଜନ ସଂପର୍କ ଅଧିକାରୀ ସୁଧା ଦାଶ ଓ ଡଃ ସୁମନ୍ତ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version