Site icon ଆଜିକାଲି

ଲୋକଙ୍କ ଦୁଆରେ ପହଞ୍ଚିବ ନ୍ୟାୟ, ପ୍ରତି ବ୍ଲକରେ ଆରମ୍ଭ ହେବ ନ୍ୟାୟାଳୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଲୋକଙ୍କ ଦୁଆରେ ପହଞ୍ଚିବ ନ୍ୟାୟ। ପ୍ରତି ବ୍ଲକରେ ଆରମ୍ଭ ହେବ ନ୍ୟାୟାଳୟ। ଗୁରୁବାର ଏପରି ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଭୁବନେଶ୍ଵରରେ ଆଇନ ବିଭାଗ ପକ୍ଷରୁ ଗୁରୁବାର ଆୟୋଜିତ ହୋଇଛି ଭାରତୀୟ ନ୍ୟାୟ ସଂହିତା(ବିଏନଏସ) ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ଜାଗୃତିକରଣ କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ କହିଥିଲେ, ଆଇନ ସମ୍ପର୍କରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ସଚେତନ କରାଇବେ। ନୂଆ ଆଇନ ବିଏନଏସ ଏବଂ ବିଏନଏସଏସ ସମ୍ପର୍କରେ ଜନସାଧାରଣ ଅବଗତ ନାହାନ୍ତି। ଏହି ନୂଆ ଆଇନ ବିଷୟରେ ସଚେତନତା ସୃଷ୍ଟି କରାଯିବ। ଲୋକଙ୍କ କିପରି ତ୍ଵରିତ ନ୍ୟାୟ ମିଳିବ ସେ ଦିଗରେ ପଦକ୍ଷେପ ନିଆଯିବ। ସେଥିଲାଗି ପ୍ରତି ବ୍ଲକରେ ନ୍ୟାୟାଳୟ ଆରମ୍ଭ ହେବ। ଏହାଦ୍ଵାରା ନ୍ୟାୟ ଲୋକଙ୍କ ନିକଟରେ ପହଞ୍ଚି ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Exit mobile version