Site icon ଆଜିକାଲି

କବାଡିଆକୁ ସ୍କୁଲ ପିଲାଙ୍କ ବହି ବିକୁଥିଲେ ସିଆରସିସି, ବିଇଓ କଲେ ନିଲମ୍ବିତ

ଖୋର୍ଦ୍ଧା : ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ବହି କବାଡିଆକୁ ବିକିବାକୁ ଉଦ୍ୟମ କରି ନିଲମ୍ବିତ ହେଲେ କ୍ଲଷ୍ଟର ରିସୋର୍ସ ସେଣ୍ଟର କୋର୍ଡିନେଟର -ସିଆରସିସି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଦେଉଳି କ୍ଲଷ୍ଟର କାର୍ଯ୍ୟାଳୟର ସିଆରସିସି ମନମୋହନ ମିଶ୍ର ନିଲମ୍ବିତ ହୋଇଛନ୍ତି ।

ବୋଲଗଡ଼ ବିଇଓ ତାଙ୍କୁ ନିଲମ୍ବନ କରିଛନ୍ତି । କବାଡ଼ିଆକୁ ଡାକି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ବହି ବିକ୍ରି କରିବାକୁ ଉଦ୍ୟମ ବେଳେ ଗ୍ରାମବାସୀଙ୍କ ଦ୍ବାରା ଧରା ପଡ଼ିଥିଲେ ସିଆରସିସି ମନମୋହନ । ଦେଉଳି ସତମାର୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା କ୍ଲଷ୍ଟର କାର୍ଯ୍ୟାଳୟରେ ଜଣେ କବାଡ଼ିଆ ବହି ଓଜନ କରି କିଣୁଥିବା ସମୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ଓ୍ବାର୍ଡ ମେମ୍ବର ଓ କେତେକ ଅଭିଭାବକ ପହଞ୍ଚି ବିରୋଧ କରିବା ସହ ଉଭୟଙ୍କୁ ଅଟକ ରଖିବା ସହ ବୋଲଗଡ଼ ବିଇଓଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା ।

ଘଟଣାସ୍ଥଳରେ ବିଇଓ ପହଞ୍ଚି ବହି ବିକ୍ରି ଅଭିଯୋଗରେ ସତ୍ୟତା ଜାଣିଲା ପରେ ସିଆରସିସି ମନମୋହନ ମିଶ୍ରଙ୍କୁ ନିଲମ୍ବନ କରିଥିଲେ । ବହିଗୁଡ଼ିକୁ ଜବତ କରିବା ସହ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । ସିଆରସିସି ମନମୋହନ ମିଶ୍ର ନିଜ ଭୁଲ ସ୍ବୀକାର କରିଛନ୍ତି ।

Exit mobile version