Site icon ଆଜିକାଲି

ଆଜି ଦିନ ୩ଟା ଯାଏଁ କାକଟପୁର ମା’ମଙ୍ଗଳାଙ୍କ ଦର୍ଶନ ବନ୍ଦ

କୋଣାର୍କ : ଆଜି କାକଟପୁର ମା’ମଙ୍ଗଳାଙ୍କ ଦର୍ଶନ ବନ୍ଦ । ସକାଳ ୮ଟାରୁ ଦିନ ୩ଟା ଯାଏଁ କଟକଣା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଯେ, ଚୈତ୍ର ମାସ ତୃତୀୟ ମଙ୍ଗଳବାର ଅବସରରେ ମା’ ମଙ୍ଗଳାଙ୍କ ବାସନ୍ତୀ ପୂଜା ହେବ । ସପ୍ତମୀ, ଅଷ୍ଟମୀ, ନବମୀ ତୀଥିରେ ମା’ଙ୍କ ସ୍ବତନ୍ତ୍ର ନୀତିକାନ୍ତି ହେବ । ମା’ଙ୍କୁ ସିଂହବାହିନୀ, କାତିକର୍ପର ଓ ମହିଷାମଦିନୀ ବେଶରେ ସୁସଜ୍ଜିତ କରାଯାଇଥାଏ । ତେଣୁ ମଙ୍ଗଳବାର ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମନ୍ଦିରର ସିଂହଦ୍ଵାର ବନ୍ଦ ରହିବ । ମା’ ଙ୍କର ପୂଜାର୍ଚ୍ଚନା ଓ ନୀତିକାନ୍ତି ପରେ ଦିନ ୩ଟାରେ ମନ୍ଦିର ପହଡ଼ ଖୋଲିବ । ଏହାପରେ ଭକ୍ତ ମାନେ ମା’ଙ୍କ ଦର୍ଶନ ଲାଭ କରିପାରିବେ । ଆଜି ତୃତୀୟ ପାଳି ଜାତ ପଡ଼ୁଥିବାରୁ ବାସନ୍ତୀ ପୂଜା ରୀତିକାନ୍ତ ଯୋଗୁ ସକାଳ ୮ଟାରୁ ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ରହିଛି ।

Exit mobile version