Site icon ଆଜିକାଲି

ଆଜି ୧୪ ଜିଲ୍ଲାକୁ କାଳବୈଶାଖୀ ସତର୍କତା, ୩ ଦିନ ପରେ କମିବ ତାତି

ଭୁବନେଶ୍ବର: ରବିବାର ରାଜ୍ୟର ୧୪ ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଛି। ବରଗଡ, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡା , ସୁନ୍ଦରଗଡ, ଦେବଗଡ , ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର , ଯାଜପୁର, କଟକ, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୧ ତାରିଖ ଯାଏଁ କାଳବୈଶାଖୀର ପ୍ରଭାବ ରହିବ ।

ଅପରପକ୍ଷରେ ଆସନ୍ତା ୩ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ। ରାତି ତାପମାତ୍ରା ଆସନ୍ତା ୪ଦିନ ଯାଏଁ ବିଶେଷ ପରିବର୍ତ୍ତନ ହେବନାହିଁ। ଶନିବାର ବୌଦ୍ଧରେ ସବୁଠୁ ଅଧିକ ଦିନ ତାପମାତ୍ରା ୩୭.୭ ଡିଗ୍ରୀ ରେକର୍ଡ ହୋଇଥିଲା।

Exit mobile version