Site icon ଆଜିକାଲି

କାଳବୈଶାଖୀ : ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା ପବନ ସମ୍ଭାବନା

ଭୁବନେଶ୍ବର : ରାଜ୍ୟରେ କାଳବୈଶାଖୀ ଜନିତ ଘଡଘଡି, ବିଜୁଳି ଓ ବର୍ଷାଝଡ ଆସନ୍ତା ୯ ତାରିଖ ଯାଏଁ ଜାରି ରହିବ । ଟ୍ରପ ଲାଇନ ପ୍ରଭାବରେ ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ହେଉଛି । ଆଜି ଏହାର ସର୍ବାଧିକ ପ୍ରଭାବ ଗଜପତି, ଗଞ୍ଜାମ, ରାୟଗଡ଼ା ଓ କନ୍ଧମାଳ ଜିଲାରେ ଅନୁଭୂତ ହେବ । ଏସବୁ ଜିଲାରେ ବର୍ଷା ସାଙ୍ଗକୁ ଝଡ ପବନ ଓ ଘଡଘଡି ବିଜୁଳି ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ବର୍ଷା ସମୟରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ। ଆସନ୍ତାକାଲି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ବର୍ଷା ହେବ । ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ ବର୍ଷା ପାଇଁ ସହାୟକ ହେଉଛି । ୧୦ ତାରିଖ ପରେ ପରେ ସାମୁଦ୍ରିକ ପବନ ରାଜ୍ୟକୁ ପ୍ରବେଶ କରିବ ନାହିଁ । ଫଳରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଉଛି ।

Exit mobile version