Site icon ଆଜିକାଲି

ଉତ୍କଳ ଦିବସରେ ଆଜି ଚାଷୀଙ୍କୁ ମିଳିବ କାଳିଆ ସହାୟତା

ଭୁବନେଶ୍ୱର : ଉତ୍କଳ ଦିବସରେ ଆଜି ରାଜ୍ୟର ଚାଷୀଙ୍କୁ ମିଳିବ କାଳିଆ ସହାୟତା। ସିଧାସଳଖ ଯୋଗ୍ୟ ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଟଙ୍କା । ୨ ହଜାର ଟଙ୍କା ଲେଖାଏଁ କାଳିଆ ସହାୟତା ଚାଷୀଙ୍କ ଆକାଉଣ୍ଟକୁ ଯିବ । ରାଜ୍ୟର କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀମାନଙ୍କୁ ରାଜ୍ୟ ସରକାର ଯୋଗାଇ ଆସୁଛନ୍ତି କାଳିଆ ସହାୟତା । ଉପନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହୋଇଯାଇଥିବାରୁ ଝାରସୁଗୁଡ଼ାକୁ ଛାଡ଼ିଦେଇ ଅନ୍ୟ ଜିଲ୍ଲାର ଚାଷୀଙ୍କୁ କାଳିଆ ଟଙ୍କା ମିଳିବ।

Exit mobile version