Site icon ଆଜିକାଲି

କଳିଙ୍ଗ ବଚପନ ଇଣ୍ଟରନ୍ୟାସନାଲ ସ୍କୁଲରେ ଆର୍ଟ କ୍ରାଫଟ, ଖାଦ୍ୟ ମେଳା ଏବଂ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

କେନ୍ଦୁଝର, କେନ୍ଦୁଝରର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ କଳିଙ୍ଗ ବଚପନ୍ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ କଳା,ହସ୍ତକଳା,ଖାଦ୍ୟ ମେଳା ଏବଂ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଡାଇରେକ୍ଟର ଅସୀମା ସରୋଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଡକ୍ଟର ପ୍ରସନ୍ନ କୁମାର ଚୌଧୁରୀ ଯୋଗ ଦେଇ ବର୍ତ୍ତମାନ ଯୁଗରେ ବିଜ୍ଞାନର ଉପକାରିତା ସମ୍ବନ୍ଧରେ ଶିଶୁମାନଙ୍କୁ ବୁଝାଇଥିଲେ । ବିଦ୍ୟାଳୟରେ ପାଠପଢା ବ୍ୟତୀତ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବାରୁ ଏହା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶରେ ସହାୟକ ହୋଇପାରିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଡିଜିଟାଲ୍ ଯୁଗରେ ବିଜ୍ଞାନର ଅଧିକ ଆବଶ୍ୟକତା ରହିଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ସୂଚନା ପ୍ରଯୁକ୍ତି ବିଦ୍ୟା ଜରୁରୀ ହୋଇ ପଡିଥିବା ସେ ପ୍ରକାଶ କରିଥିଲେ । ବଚପନ ଇଣ୍ଟରନ୍ୟାସନାଲ ସ୍କୁଲର କୁନି କୁନି ଶିଶୁମାନଙ୍କ ମଧ୍ୟରେ ଆର୍ଟ ଏବଂ କ୍ରାଫ୍ଟ ମେଳା, ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଜ୍ଞାନ ମେଳା,ଅଭିଭାବକ ଏବଂ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ହାତ ତିଆରି ଖାଦ୍ୟ ମେଳା ଅନୁଷ୍ଠିତ ହୋଇଥିଲା । ବିଜ୍ଞାନ ମେଳାରେ କନିଷ୍ଠ ଓ ବରିଷ୍ଠ ବର୍ଗରେ କୁନି କୁନି ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରସ୍ତୁତ ସୌର ମଣ୍ଡଳ, ଔଷଧୀୟ ବୃକ୍ଷ,
ଓଜନ ସ୍ତର ହ୍ରାସ ନହେବାର ବିଭିନ୍ନ ଉପାୟ,ବୃକ୍ଷରୋପଣ ଦ୍ୱାରା ମୃତ୍ତିକା କ୍ଷୟ ରୋକିବା,ଟ୍ରାଫିକ ଫ୍ରି ଆମ୍ବୁଲାନ୍ସ,ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ,ମୃତ୍ତିକାର ପ୍ରଦୂଷଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା,ବର୍ଷା ଜଳକୁ ସାଇତି ରଖି ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିବା,ମଇଳା ଜଳକୁ ବିଭିନ୍ନ ଉପାୟରେ ବିଶୋଧନ କରି ପାନୀୟ ଜଳରେ ପରିଣତ କରିବା,ଚନ୍ଦ୍ରୟାନ ଆଦି ପ୍ରକଳ୍ପ ବେଶ ପ୍ରଶଂସିତ ହୋଇଥିଲା । ଆର୍ଟ ଏବଂ କ୍ରାଫ୍ଟ ମେଳାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅଭିଭାବକ ଏବଂ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ଏବଂ ଅବିଭାବକଙ୍କ ସହ ସ୍ଥାନୀୟ ଅଞ୍ଚଳର ବହୁ ବୟୋଜ୍ୟେଷ୍ଠ ନାଗରିକ ଉପସ୍ଥିତ ରହି କୁନି କୁନି ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।

Exit mobile version