Site icon ଆଜିକାଲି

ବ୍ରହ୍ମପୁରରେ ଶେଷ ହେଲା କାଳୁଆ ଯାତ୍ରା

ବ୍ରହ୍ମପୁର : ବ୍ରହ୍ମପୁରରେ ଶେଷ ହେଲା କାଳୁଆ ଯାତ୍ରା । ୧୫ ଦିନ ଧରି ଚାଲିଥିବା ଯାତ୍ରା ରବିବାର ବିଳମ୍ବିତ ରାତିରେ ସରିଛି । ହଜାର ହଜାର ଭକ୍ତଙ୍କ ଗହଣରେ କୁମାର ପୂର୍ଣ୍ଣିମା ଉତ୍ସବରେ ବିଦାୟ ନେଲେ ମା’ ।

ମା’ଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ପୁରା ପରିବେଶକୁ ଉତ୍ସବ ମୁଖରିତ କରିଦେଇଥିଲା। ବାଜା, ଘଣ୍ଟ, ଶଙ୍ଖ ନାଦ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ। ମା’ଙ୍କୁ ପୂଜାର୍ଚ୍ଚନା କରିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି । ଝିପି ଝିପି ବର୍ଷା ସତ୍ତ୍ବେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା ।

Exit mobile version