Site icon ଆଜିକାଲି

ଆଜି ୧୨ ଘଣ୍ଟିଆ ବନ୍ଦ ରହିବ କାମାକ୍ଷାନଗର

ଭୁବନେଶ୍ୱର : ଆଜି ଢେଙ୍କାନାଳ ଜିଲା କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ ରହିବ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାମାକ୍ଷାନଗର ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ପାଳନ କରାଯିବ । ସହରର ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ୫୩ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି ।

ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସକାଳୁ ସକାଳୁ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଦୋକାନ ବଜାର ବନ୍ଦ ରହିବା ସହିତ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି । ଏହି ବନ୍ଦକୁ ସଫଳ କରିବା ପାଇଁ ଗତକାଲି ଓକିଲ ସଂଘ ତରଫରୁ ବଣିକ ସଂଘ, ସମସ୍ତ ବଜାର କମିଟି,ବସ ଆସୋସିଏସନ ସମେତ ଅନ୍ୟ ସଂଗଠନକୁ ମଧ୍ୟ ଅନୁରୋଧ କରାଯାଇଥିଲା।

Exit mobile version