Site icon ଆଜିକାଲି

କନ୍ଧମାଳ ହଳଦୀକୁ ପୁଣି ମିଳିଲା ଏନ୍ ଆଇପି ଆୱାର୍ଡ

ଫୁଲବାଣୀ : କନ୍ଧମାଳ ହଳଦୀକୁ ଏନ୍ ଆଇପି ଆୱାର୍ଡ । କୃଷି ବର୍ଗରେ ସର୍ବାଧିକ ଭୋଟ ପାଇ ଏହି ପୁରସ୍କାର ଲାଭ କରିଛି କନ୍ଧମାଳ ହଳଦୀ । ନୂଆଦିଲ୍ଲୀ ଠାରେ ଆଇପି କନଫରେନ୍ସରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଉପସ୍ଥିତିରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା । ତେବେ ଏନେଇ କୌଣସି ସୂଚନା ଦିଆଯାଇ ନଥିବାରୁ ପୁରସ୍କାର ଗ୍ରହଣ କରିବାକୁ କେହି ପହଂଚି ପାରିନଥିଲେ ବୋଲି ଜଣାପଡିଛି ।

ଏଥି ପୂର୍ବରୁ ଉତ୍କୃଷ୍ଟ ମାନ ଓ ଗୁଣ ବତ୍ତାପାଇଁ କନ୍ଧମାଳ ହଳଦୀକୁ ୨୦୧୯ ମସିହାଠାରୁ ଜି ଆଇ ଟ୍ୟାଗ ମିଳିଥିଲା ।ଏବେ ୨ ୦୨୧ -୨୨ ବର୍ଷ ପାଇଁ ଏନ ଆଇପିଆୱାର୍ଡ ମିଳିଛି । ପ୍ରଥମ ଥର ପାଇଁ ଜି ଆଇ ମାନ୍ୟତା ପାଇଥିବା ସାମଗ୍ରୀ କୁନେଇ (ନ୍ୟାସନାଲ ଇଣ୍ଟେଲେକଚୁଆଲ ପ୍ରପରଟି )ଏନ ଆଇପି ଆୱାର୍ଡ ଆୟୋଜିତ ହୋଇଥିଲା । ଏଥିପାଇଁ ଦେଶରେ ଭୋଟିଂ ମାଧ୍ୟମ ରେ ଜନମତ ସର୍ଭେ ହୋଇଥିଲ। ଏଥିରେ ସର୍ବାଧିକ ଭୋଟ ପାଇଥିବା ସାମଗ୍ରୀ ଗୁଡିକୁ ପୁରସ୍କୃତ କରାଯାଇଥିଲା ।

Exit mobile version