Site icon ଆଜିକାଲି

ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଲା କରମଣ୍ଡଳ ଏକ୍ସପ୍ରେସ୍‌ : ୬ ମୃତ, ଶତାଧିକ ଆହତ !

ସୋର : ବାଲେଶ୍ୱର ଜିଲା ବାହାନଗା ନିକଟରେ ବଡ଼ ଧରଣର ରେଳ ଦୁର୍ଘଟଣା। ଶୁକ୍ରବାର ସନ୍ଧ୍ୟା ୭ଟା ସମୟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ। ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଲା କରମଣ୍ଡଳ ଏକ୍ସପ୍ରେସ୍‌ । ଟ୍ରେନର ୬-୭ଟି ବଗି ଲାଇନଚ୍ୟୁତ ହୋଇଥିବା ନେଇ ଜଣାପଡ଼ିଛି। ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଗୁରୁତର ଥିବା ପ୍ରାଥମିକ ଖବରରୁ ଜଣାପଡ଼ିଛି।

ସୂଚନା ଯେ, ହାଓ୍ବଡ଼ାରୁ ଚେନ୍ନାଇ ଯାଉଥିବା କରମଣ୍ଡଳକ ଏକ୍ସପ୍ରେସ୍‌ ବାଲେଶ୍ବରର ବାହାନଗା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଶତାଧିକ ଆହତ ହୋଇଛନ୍ତି । ଗୁରୁତରଙ୍କ ସଂଖ୍ୟା ଅଧିକ ରହିଛି। ଘଟଣାସ୍ଥଳରେ ସ୍ଥିତି ଅତି ଭୟଙ୍କର ଥିବା ସାମ୍ନାକୁ ଆସିଥିବା ଭିଡିଓ ଏବଂ ଫଟୋରୁ ଜଣାପଡ଼ିଛି।

Exit mobile version