Site icon ଆଜିକାଲି

ଆଜି ଭୋଟ ଦେବ କର୍ଣ୍ଣାଟକ : ସକାଳ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ଯାଏ ଚାଲିବ ମତଦାନ

ନୂଆଦିଲ୍ଲୀ : ଆଜି କର୍ଣ୍ଣାଟକ ନିର୍ବାଚନ । ମତଦାନ ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ୨୨୪ ବିଧାନସଭା ଆସନ ପାଇଁ ହେବ ମହା ଲଢ଼େଇ । ସକାଳ ୧୦ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ଯାଏ ଚାଲିବ । ମତଦାନ ପାଇଁ ମୋଟ ୫୮ ହଜାର ୨୮୨ ପୋଲିଂ ବୁଥ୍‌ ଥିବା ବେଳେ ୧୩୨୦ଟି ପିଙ୍କ୍‌ ବୁଥ୍‌ ରହିଛି । ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା । ପ୍ରତ୍ୟେକ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସୂଚନା ଯେ, ରାଜ୍ୟରେ ମୋଟ ୫କୋଟି ୩୦ଲକ୍ଷ ୮୫ହଜାର ୫୬୬ ମତଦାତା ଥିବା ବେଳେ ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୨କୋଟି ୬୬ଲକ୍ଷ ୮୨ହଜାର ୧୫୬ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୨କୋଟି ୬୩ଲକ୍ଷ ୯୮ହଜାର ୪୮୩ ।

Exit mobile version