Site icon ଆଜିକାଲି

‘କାଶ୍ମୀର ଫାଇଲ୍ସ’ ୭ଟି ବର୍ଗରେ ମନୋନୀତ, ତଥାପି ଫିଲ୍ମଫେୟାର ପୁରସ୍କାର ବର୍ଜନ କରିବେ ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ନବେ ଦଶକରେ ଜମ୍ମୁ କାଶ୍ମୀରରେ ଘଟିଥିବା କାଶ୍ମୀର ପଣ୍ଡିତଙ୍କ ବିରୋଧରେ ହିଂସା ଉପରେ ଆଧାରିତ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ୬୮ତମ ଫିଲ୍ମ ଫେୟାର ପୁରସ୍କାର ପାଇଁ ୭ଟି ବର୍ଗରେ ମନୋନୀତ ହୋଇଛି । ତେବେ ଏହି ଚର୍ଚ୍ଚିତ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହି ପୁରସ୍କାର ଉତ୍ସବ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି । ଗୁରୁବାର ରାତିରେ ଫିଲ୍ମ ଫେୟାର ପୁରସ୍କାର ପ୍ରଦାନ କରାଯିବ |

ସେ ଟ୍ୱିଟ୍ କରି କହିଛନ୍ତି, “ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଛି ଯେ ‘କାଶ୍ମୀର ଫାଇଲ୍ସ’ ୬୮ତମ ଫିଲ୍ମ ଫେୟାର ପୁରସ୍କାର ପାଇଁ ୭ଟି ବର୍ଗରେ ମନୋନୀତ ହୋଇଛି। କିନ୍ତୁ ମୁଁ ଏହି ଅନୈତିକ ତଥା ସିନେମା ବିରୋଧୀ ଆଓ୍ବାର୍ଡ୍ସର ଅଂଶ ହେବାକୁ ବିନମ୍ରତାର ମନା କରି ଦେଇଛି।

ପୁରସ୍କାର ବର୍ଜନ କରିବାର କାରଣ ବର୍ଣ୍ଣନା କରି ସେ ଲେଖିଛନ୍ତି, “ଫିଲ୍ମଫେୟାର ମୁତାବକ, ଷ୍ଟାରଙ୍କ ବ୍ୟତୀତ ଅନ୍ୟ କାହାର କୌଣସି ଚେହେରା ନଥାଏ। ଷ୍ଟାରଙ୍କୁ ଛାଡ଼ି ଅନ୍ୟ କେହି ଗୁରୁତ୍ବପୂର୍ଣ୍ଣ ନୁହଁନ୍ତି । ଏହି କାରଣ ଯୋଗୁଁ ଫିଲ୍ମ ଫେୟାରର ଅନୈତିକ ଓ ଚାଟୁକାରିତା ଦୁନିଆରେ ସଞ୍ଜୟ ଲୀଲା ଭଁସାଲି ଓ ସୂରଜ ବାଡଜାତ୍ୟାଙ୍କ ପରି ମାଷ୍ଟର ଡାଇରେକ୍ଟରଙ୍କ‌ କୌଣସି ଚେହେରା ନାହିଁ ।

ଏହି ପୁରସ୍କାରକୁ ବର୍ଜନ କରିବାକୁ ଘୋଷଣା କରି ସେ ଫିଲ୍ମଫେୟାରର ଏକ ଟ୍ୱିଟକୁ ରିଟ୍ୱିଟ୍ କରିଛନ୍ତି ଯେଉଁଥିରେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମନୋନୀତ ହୋଇଥିବା ଶ୍ରେଷ୍ଠ ନିର୍ଦ୍ଦେଶକ ପାଇଁ ମନୋନୀତ ଫିଲ୍ମ ଗୁଡିକ ନାମ ଘୋଷଣା କରାଯାଇଛି।

ଫିଲ୍ମଫେୟାରର ଏହି ଟ୍ୱିଟରେ ନିର୍ଦ୍ଦେଶକଙ୍କ ନାମ ଏବଂ ସେମାନଙ୍କ ଫିଲ୍ମର ନାଁ ଉଲ୍ଲେଖ ରହିଛି, କିନ୍ତୁ ସେଥିରେ ଅଭିନେତା/ଅଭିନେତ୍ରୀ ମାନଙ୍କ ଫଟୋ ପ୍ରଦର୍ଶନ କରଯାଇଛି ।

ଏହାର ପ୍ରତିବାଦରେ ବିବେକ ଅଗ୍ନିହୋତ୍ରୀ ଲେଖିଛନ୍ତି, “ତେଣୁ ବଲିଉଡର ଦୁର୍ନୀତିଗ୍ରସ୍ତ, ଅନୈତିକ ତଥା ଚାଟୁକାରିତାର ଏହି ବ୍ୟବସ୍ଥା ପ୍ରତି ନିଜର ବିରୋଧ ଏବଂ ଅସହମତି ପ୍ରକାଶ କରି ମୁଁ ଏହି ପୁରସ୍କାର ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛି।

ବିବେକ ଅଗ୍ନିହୋତ୍ରୀ କହିଛନ୍ତି, ବିଳମ୍ବରେ ହେଲେ ମଧ୍ୟ ଏକ ସମାନ୍ତରାଳ ସିନେମା ଶିଳ୍ପର ଆବିର୍ଭାବ ହେବ ।

Exit mobile version