Site icon ଆଜିକାଲି

କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ର ୨୪ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ

କେନ୍ଦୁଝର, କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ କେନ୍ଦୁଝର ଶୁଆକାଟି ସ୍ଥିତ ଓଏମସି ଗନ୍ଧମାର୍ଦ୍ଧନ ମାଇନ୍ସ ଠାରୁ ଗୁହାଳଡ଼ିହି ସାଇଡିଂ ପର୍ଯ୍ୟନ୍ତ ଟ୍ରେନ ଲାଇନ ପ୍ରକଳ୍ପ କୁ ବିରୋଧ କରି ଆଜି ସକାଳ ୬ ଟା ଠାରୁ ଆସନ୍ତାକାଲି ସକାଳ ୬ ଟା ପର୍ଯ୍ୟନ୍ତ ୨୪ ଘନ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ଡାକରା ଦେଇଛି । ହେଲେ ଆମ୍ବୁଲାନ୍ସ,କ୍ଷୀର ଗାଡି,ଔଷଧ ଦୋକାନ ଆଦି ଜରୁରୀକାଳୀନ ସେବା କୁ ଏହି ବନ୍ଦ ରୁ ବାଦ ଦିଆଯାଇଛି । ସକାଳୁ ସକାଳୁ ଶହ ଶହ ଟ୍ରକ ମାଲିକ ମାନେ କେନ୍ଦୁଝରଗଡ ରେଳ ଷ୍ଟେସନ ଠାରେ ପିକେଟିଂ କରୁଥିବାରୁ ସକାଳ ୬ ଟା ରେ ଛାଡ଼ିବାକୁ ଥିବା କେନ୍ଦୁଝରଗଡ- ଖୋର୍ଦ୍ଧା ରୋଡ଼ ପାସେଞ୍ଚର ଓ ମାଲବାହୀ ଟ୍ରେନ ଷ୍ଟେସନ ରେ ଟ୍ରକ ମାଲିକ ମାନେ ଅଟକ ରଖିଛନ୍ତି । ଜିଲ୍ଲା ଦେଇ ଯାଇଥିବା ୪୯ ଓ ୨୦ ନମ୍ବର ଜାତୀୟ ରାଜପଥ ର ବିଭିନ୍ନ ସ୍ଥାନରେ ଟ୍ରକ ମାଲିକ ମାନେ ପିକେଟିଂ କରୁଛନ୍ତି ଫଳ ରେ ଏଥିରେ ଚଳା ଚଳ କରିଥିବା ଶହ ଶହ ସଂଖ୍ୟାରେ ଯାନ ବାହାନ ରାସ୍ତାରେ ଅଟକି ରହିଛି । ସହର ର ସମସ୍ତ ଦୋକାନ ବଜାର , ପରିବା ବଜାର , ପେଟ୍ରୋଲ ପମ୍ପ , ପରୀକ୍ଷା ନ ଥିବା ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଆଦି ବନ୍ଦ ଥିବା ଦେଖିବାକୁ ମିଳିଛି । ସେପଟେ ଏହି ବନ୍ଦ କୁ ଘରୋଇ ବସ ସଂଘ ସମର୍ଥନ କରୁଥିବା ରୁ ଜିଲ୍ଲା ରେ ବସ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି ।

Exit mobile version