କେନ୍ଦୁଝର, ଲୋକପ୍ରିୟ ସାଂସଦ ଅନନ୍ତ ନାୟକଙ୍କ ଜନ୍ମଦିନ ଟିକୁ ଆଜି ଯୁବନେତା ଭାରତ ଭୂଷଣ କୁଅଁର ଙ୍କ ନେତୃତ୍ୱରେ କେନ୍ଦୁଝର ନଗର ମଣ୍ଡଳ ପକ୍ଷରୁ ଖୁବ ଧୁମଧାମରେ ପାଳନ କରାଯାଇଛି। କେନ୍ଦୁଝର ସହରର ୨ନମ୍ବର ୱାର୍ଡ ର ବୈଦରାଜ ସାହି ନିକଟରେ ଶତାଧିକ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ଉପସ୍ଥିତିରେ ସାଂସଦଙ୍କ ଭବ୍ୟ ଜନ୍ମଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଂସଦଙ୍କ ଅନ୍ୟ ଜରୁରୀ କାର୍ଯ୍ୟକ୍ରମ ଥିବାରୁ ତାଙ୍କ ଅନୁପସ୍ଥିତି ପାଇଁ ପ୍ରତିନିଧି ଭାବେ କେନ୍ଦୁଝର ଜିଲ୍ଲା ବିଜେପି ଉପସଭାପତି ଗୋପୀନାଥ ରାମ ଉପସ୍ଥିତ ରହି ସାଂସଦଙ୍କ ବାର୍ତ୍ତା ଦେଇଥିଲେ। ବାଜା ବଜାଇ ବାଣ ଫୁଟାଇ ମିଠା ବାଣ୍ଟି ପ୍ରିୟ ସାଂସଦଙ୍କ ଫୋଟ ଚିତ୍ର ରଖି ଶୁଭେଚ୍ଛା ଜଣାଇଥିଲେ କାର୍ଯ୍ୟକର୍ତ୍ତା ମାନେ। ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ମିଡ଼ିଆ ସଂଯୋଜକ ବ୍ରଜକିଶୋର ରାୟ ଉପସ୍ଥିତ ରହି କେନ୍ଦୁଝର ଜିଲ୍ଲାର ହକ ପାଇଁ ସାଂସଦ ଲୋକସଭା ରେ ଶାଣିତ ସ୍ୱରରେ ଯେଉଁଭଳି ଭାବେ ଦାବି ଉପସ୍ଥାପନ କରୁଛନ୍ତି ସେଥିପାଇଁ ମା ତାରିଣୀ ତାଙ୍କୁ ଆଶୀର୍ବାଦ କରନ୍ତୁ ବୋଲି କହିଥିଲେ। ଯୁବ ନେତା ପ୍ରିୟବ୍ରତ ଜେନା,ନିଶିତ ପଟ୍ଟନାୟକ,ଦେବାଶିଷ ଦାସ, ସେହେନସା ଅଲ୍ଲୀ,ମଳୟ ରଞ୍ଜନ ଦାସ ପ୍ରମୁଖଙ୍କ ସହିତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ଉପସ୍ଥିତ ସମସ୍ତ ନେତା ଏବଂ କାର୍ଯ୍ୟକର୍ତ୍ତା ମାନଙ୍କୁ ଯୁବନେତା ଭାରତ ଭୂଷଣ କୁଅଁର ଧନ୍ୟବାଦ ଅର୍ପଣ କରିବା ସହିତ ଆଗାମି ଦିନରେ ଆହୁରି ସୁନ୍ଦର ଭାବେ ପ୍ରିୟ ସାଂସଦଙ୍କ ଜନ୍ମଦିନ ପାଳନ କରାଯିବ ବୋଲି କହିଥିଲେ।

May 1, 2025
0 Comment
8 Views
କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ଜନ୍ମଦିନ ପାଳିଲା ବିଜେପି କେନ୍ଦୁଝର ନଗର ମଣ୍ଡଳ
କେନ୍ଦୁଝର, ଲୋକପ୍ରିୟ ସାଂସଦ ଅନନ୍ତ ନାୟକଙ୍କ ଜନ୍ମଦିନ ଟିକୁ ଆଜି ଯୁବନେତା ଭାରତ ଭୂଷଣ କୁଅଁର ଙ୍କ ନେତୃତ୍ୱରେ କେନ୍ଦୁଝର ନଗର ମଣ୍ଡଳ ପକ୍ଷରୁ ଖୁବ ଧୁମଧାମରେ ପାଳନ କରାଯାଇଛି। କେନ୍ଦୁଝର ସହରର ୨ନମ୍ବର ୱାର୍ଡ ର ବୈଦରାଜ ସାହି ନିକଟରେ ଶତାଧିକ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ଉପସ୍ଥିତିରେ ସାଂସଦଙ୍କ ଭବ୍ୟ ଜନ୍ମଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଂସଦଙ୍କ ଅନ୍ୟ ଜରୁରୀ କାର୍ଯ୍ୟକ୍ରମ ଥିବାରୁ ତାଙ୍କ ଅନୁପସ୍ଥିତି ପାଇଁ ପ୍ରତିନିଧି ଭାବେ କେନ୍ଦୁଝର ଜିଲ୍ଲା ବିଜେପି ଉପସଭାପତି... Read More