Site icon ଆଜିକାଲି

ପୁରୁଷ ବନ୍ଧ୍ୟାକରଣ ଉପଲକ୍ଷେ ଗଡିଲା ସଚେତନତା ରଥ

କେନ୍ଦୁଝର, କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁରଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା: ଶିବ ଚରଣ ବାଗ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧନାରେ ଆଜି ସ୍ବାସ୍ଥ୍ୟକେନ୍ଦ୍ର ପରିସର ରୁ ପୁରୁଷ ବନ୍ଧ୍ୟା କରଣ ପକ୍ଷ ଉପଲକ୍ଷେ ଏକ ସଚେତନତା ରଥ ଶୁଭାରମ୍ଭ କରାଯାଇଛି। କ୍ରମବର୍ଦ୍ଧିତ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପ୍ରକାର ପରିବାର ନିୟୋଜନ ସେବା,ଗର୍ଭ ନିରୋଧକ ପଦ୍ଧତି,ହିତାଧିକାରୀ ଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ସମ୍ବଦ୍ଧରେ ଏହି ରଥ ପ୍ରଚାର ମାଧ୍ୟମରେ ଜନସାଧାରଣ ଙ୍କୁ ସଚେତନ କରାଇବା ଏହାର ମୁଖ୍ୟ ଉଦେଶ୍ୟ ରହିଛି।ଏଥିପାଇଁ ଗର୍ଭ ନିରୋଧକ ସହଜ ଓ ସୁରକ୍ଷିତ ଉପାୟମାନ ବିସ୍ତୁତ ଭାବେ ଆଲୋଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଡା: ବାଗ ପୁରୁଷ ବନ୍ଧ୍ୟା କରଣ ପକ୍ଷ ସଚେତନତା ସପ୍ତାହ-୨୧-୨୨ ନଭେମ୍ବର ୨୩ ସଂମ୍ପର୍କରେ ଆଲୋଚନା କରି ପୁରୁଷ ମାନଙ୍କ ପାଇଁ ଏନଏସି ଭି ଏକ ସହଜ ସରଳ ସଫଳ ଓ ସୁରକ୍ଷିତ ଜନ୍ମ ନିରୋଧ ଉପ‍ାୟ। ତେବେ କଟାକଟି ବା ସିଲେଇର କୈାଣସି ଆବଶ୍ୟକତା ନଥିବାବେଳେ ଜଟିଳ ପାର୍ଶ୍ବ ପ୍ରତିକ୍ରିୟା ନାହିଁ। ଅସ୍ତ୍ରପ୍ରଚାର କଲେ ପୁରୁଷତ୍ବ ଓ ଯୌନ ସୁଖ ହ୍ରାସ ହୁଏ ନାହିଁ ବୋଲି ଡା: ଶ୍ରୀ ବାଗ କରିଥିଲେ। ପୁରୁଷ ବନ୍ଧ୍ୟା କରଣ କରାଇଥିବା ହିତାଧିକାରୀ ଙ୍କ ପାଇଁ ୨ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ଦିଆଯାଉଛି। ଏହି କାର୍ଯ୍ୟକ୍ରମରେ ଡା: ସୁଦର୍ଶନ ମହାନ୍ତ,ଡା: ଭୁଜଙ୍ଗ ନାରାୟଣ ନାଏକ,ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମଙ୍ଗୁଳି ଚରଣ ସେଠୀ,ପରିସଂଖ୍ୟାନ ସହାୟକ ଅମ୍ଲାନ କିଶୋର ପରିଡା,ଏଲଟି ପ୍ରମୋଦ କୁମାର ସାହୁ,ବିତ୍ତ ପରିଚାଳକ ଦିଲ୍ଲିପ କୁମାର ମହାନ୍ତ,ତଥ୍ୟ ପରିଚାଳିକା ସୋନାଲୀ ମୁଦୁଲୀ,ବ୍ଲକ ନୋଡାଲ ଲେପ୍ରସି ୱାର୍କର ଚିକନ କୁମାର ସାହୁ,କର୍ମଚାରୀ ଅଶୋକ କୁମାର ନାଏକ,ନିରଞ୍ଜନ ଜେନା,ଡାକ୍ତର ମୁଖୀ ସଂକ୍ରିୟ ଅଂଶଗ୍ରହଣ କରି ସଂହଯୋଗ କରିଥିଲେ। ଚଳିତ ବର୍ଷ ର ବାର୍ତ୍ତା ପରିବାର ନିୟୋଜନ ପତିର ଯୋଗଦାନ ସୁସ୍ଥ ମା’ଆ ସୁସ୍ଥ ଶିଶୁ ପାଇଁ ପ୍ରୟୋଜନ ବୋଲି ପ୍ରଚାର କରିଥିଲେ।

Exit mobile version