କେନ୍ଦୁଝର, ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ କେନ୍ଦୁଝର ଓଡିଶାର କର୍ମକର୍ତ୍ତା କେନ୍ଦୁଝର ଜିଲା ତଥା ଓଡିଶା ରାଜ୍ୟସ୍ଥ ସମସ୍ତ ଆଦିବାସୀଙ୍କ ହିତ ଦୃଷ୍ଟିରୁ ବିଭିନ୍ନ ଦାବି ନେଇ ଶୁକ୍ରବାର କେନ୍ଦୁଝର ଜିଲାପାଳ ଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳମାନଙ୍କରେ ଆଦିବାସୀମାନେ ଆବଶ୍ୟକ ସ୍ଥଳେ ସେମାନଙ୍କ ନିଜ ଜମିଜମା ବିକ୍ରି କିମ୍ବା ବନ୍ଧକ ଦେବା କ୍ଷେତ୍ରରେ ପୂର୍ବରୁ ସରକାର କଟକଣା ନିୟମ ଲାଗୁ କରିଛନ୍ତି। ତେବେ ଏହା ଅତ୍ୟନ୍ତ ସ୍ବାଗତ ଯୋଗ୍ୟ ନିୟମ କିନ୍ତୁ ଏବେ ରାଜ୍ୟ ସରକାର ଏହାକୁ ଉଚ୍ଛେଦ କରି ଆଦିବାସୀଙ୍କ ଜମିଜମା ସର୍ବସାଧାରଣ କୁ ହସ୍ତାନ୍ତର ବିକ୍ରିବଟା କରିବା ନିୟମ ଆଣିଛନ୍ତି। ଏହାଦ୍ବାରା ଆଦିବାସୀ ମାନେ ଅଚିରେ ସର୍ବହରା ହୋଇଯିବାର ଲକ୍ଷ କରାଯାଉଛି।ଏଣୁ ସରକାର ଏହାକୁ ଗୁରୁତର ସହ ବିଚାର କରି ଉକ୍ତ ନିୟମକୁ ପ୍ରତ୍ୟାହାର କରିବାକୁ ଦାବି ହୋଇଛି। ଏହାସହ ପେସା ଆଇନ ୧୯୯୬ କୁ ଆମ ରାଜ୍ୟରେ କଡା କଡି ଭାବେ ଲାଗୁ କରାଯିବାକୁ ସଂଗଠନ ଜୋରଧରିଛି।ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ୫ମ ଓ ୬ଷ୍ଠ ଅନୁସୂଚିକୁ ରାଜ୍ୟ ସରକାର ନିଷ୍ଠାର ସହ ପାଳନ। ସମାନ ନାଗରିକ ଆଇନ ୟୁସିସି ପ୍ରଣୟନ କରି ଆଦିବାସୀ ମାନଙ୍କୁ ମିଳିଥିବା ପୃଥକ ଆଦିବାସୀ ପରିଚୟକୁ ବନ୍ଦ କରିବା।ଓ ଯୁଗ ଯୁଗରୁ ଆଦିମକାଳରୁ ଆଦିବାସୀ ମାନଙ୍କର ଥିବା ମୌଳିକ ଅଧିକାର,ସ୍ବତନ୍ତ୍ର ଧର୍ମ ଧାରଣା,ବିଶ୍ବାସ,କୌଳିକ ପ୍ରଥା ଐତିହ୍ୟ ଓ ପୂଜା ପଦ୍ଧତି ଇତ୍ୟାଦି କୁ ଚାପ ଦେଇ ପଥଭ୍ରଷ୍ଟ କରାନଯିବାକୁ ଦାବି ଉଠିଛି।ଜଙ୍ଗଲ ଅଧିକାର ଆଇନ ୨୦୦୬କୁ କଡାକଡି ଭାବେ ପାଳନ କରାଯାଉ ଓ ପୂର୍ବ ଅଧିକାର ବଳବତର।ସରକାର ନୂତନ ନିୟମ ପ୍ରଣୟନ ୨୦୨୩ ଫରେଷ୍ଠ କନସେନଭେସନ ଆକ୍ଟରେ କରିବା ଫଳରେ ଆମ ଆଦିବାସୀ ମାନଙ୍କର ଜଙ୍ଗଲ ଅଧିକାର କ୍ଷୁର୍ଣ୍ଣ ହେଉଛି। ଜଙ୍ଗଲ ମଝିରେ ବା ଜଙ୍ଗଲ ସମୀପରେ ବସବାସ କରିବା ଅଧିକାର ଉକ୍ତ ନିୟମ ଦ୍ବାରା ଆମଠାରୁ ଛଡାଇ ନିଆ ଯାଉଥିବା ଫଳରେ ଆଦିବାସୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେବେ ବୋଲି ଜଣାପଡିଛି। ଯଥାଶୀଘ୍ର ଏହି ନିୟମକୁ ପ୍ରତ୍ୟାହାର କରାଯିବାକୁ ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ ସ୍ବର ଉଠାଇଛି।ତେବେ ଖଣି ଖାଦାନ, କଳକାରଖାନା ସ୍ଥାପନ ନାମରେ ଆଦିବାସୀଙ୍କ ଜମିଜମାକୁ ଜବରଦସ୍ତ ଛଡାଇ ନିଆଯାଉଥିବା ବନ୍ଦ କରିବା । ଜଙ୍ଗଲ ଜମି ପଟ୍ଟା କୁ ପରିବର୍ତ୍ତନ କରି ଆଦିବାସୀ ପ୍ରଜାଙ୍କୁ ନିୟମ ମୁତାବକ ସ୍ଥାୟୀ ପଟ୍ଟା ପ୍ରଦାନ। ଦୀର୍ଘ ଦିନଧରି ଆଦିବାସୀମାନେ ବସବାସ କରୁଥିବା ଘରଜାଗା ଓ ଚାଷବାସ ପାଇଁ ଦଖଲ କରୁଥିବା ଜମିକୁ ବିନା ଜରିମାନାରେ ସେମାନଙ୍କୁ ପଟ୍ଟା ପ୍ରଦାନ। ଆଦିବାସୀ ମାନେ ବାସ କରୁଥିବା ଯେଉଁ ଗ୍ରାମ ଗୁଡିକ ରାଜସ୍ବ ଗ୍ରାମର ମାନ୍ୟତା ପାଇ ନାହିଁ, ସେ ଗ୍ରାମ ଗୁଡିକୁ ତୁରନ୍ତ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯାଉ। କେନ୍ଦୁଝର ଜିଲା ଖଣି ଖାଦାନ ଓ ଛୋଟ ବଡ ଅନେକ କଳ କାରଖାନା ଭରା ଥିବା ଯୋଗୁଁ ଖଣି ଖାଦାନରୁ ଆଦାୟ ଉନ୍ନୟନ ଅର୍ଥରାଶି ଜିଲା ଖଣିଜ ପାଣ୍ଠି ଓ ଓମ୍ବାଡିସି ଅର୍ଥରାଶି ପୂର୍ବରୁ ଜିଲା କ୍ଷମତାରେ ପୂର୍ଣ୍ଣମାତ୍ରାରେ ପରିଚାଳିତ ହେଉଥିବା ଫଳରେ ସହସା ଯେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ଜିଲା ପ୍ରସାଶନ କରି ପାରୁଥିଲା। ମାତ୍ର ଏବେ ସରକାର ଏଥିରେ ହସ୍ତକ୍ଷେପ କରି ନିସ୍ପତି କରୁଥିବାରୁ ଜିଲା ପ୍ରଶାସନ ନିଜ ଇଚ୍ଛା ମୁତାବକ ଆବଶ୍ୟକ ଅନୁଯାୟୀ କାର୍ଯ୍ୟ କରିବାରେ ବାଧା ରହୁଥିବା ଜଣାପଡିଛି। ଫଳରେ ଅର୍ଥ ପରିଚାଳନା କ୍ଷମତା ପୂର୍ବପରି ଚାଲୁହେବା ନିମନ୍ତେ ଜିଲା ପ୍ରଶାସନକୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରା ଯିବାକୁ କୁହାଯାଇଛି। ଉପରୋକ୍ତ ଦାବି ଗୁଡିକ ପ୍ରତି ଗୁରୁତ୍ବ ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଇବା ସହିତ ଆଦିବାସୀ ମାନଙ୍କୁ ଉପକୃତ କରାଇବା ପାଇଁ ଦାବି ହୋଇଛି। ଏହାର ଏକକିତା ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, ଭୁବନେଶ୍ବର,ଆଦିବାସୀ ମନ୍ତ୍ରୀ ଓଡିଶା,ଭୁବନେଶ୍ବର,ରାଜସ୍ବ ମନ୍ତ୍ରୀ ଓଡିଶା ଭୁବନେଶ୍ବର,ଜିଲାପାଳ କେନ୍ଦୁଝରଙ୍କୁ କେନ୍ଦୁଝର ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ ପ୍ରଦାନ କରିଛି।