Site icon ଆଜିକାଲି

ପ୍ରତିଯୋଗୀତାରେ କୃତିତ୍ବ ଲାଭ କରିଥିବା ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

କେନ୍ଦୁଝର, କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଝାରବେଲଦା ସନ୍ତୋଷୀ ମା’ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ରେ କଳା,ବିଜ୍ଞାନ ଓ ବାଣିଜ୍ୟ ସ୍ରୋତରେ କୃତିତ୍ବଲାଭ କରି ସର୍ବାଧିକ ନମ୍ବର ରଖିଥିବା ୧୧ଜଣ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ସାହୁ ଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। କଳା ସ୍ରୋତରେ ମାନସୀ ମହାନ୍ତ,ପ୍ରକାଶ ମୁଣ୍ତା,ଶିବାନୀ ମହାନ୍ତ,ରାଜା ମାରାଣ୍ତି,ପୂଜାରାଣୀ ମୁଣ୍ତା,ବିଜ୍ଞାନରେ ଅନିବେଶ ମୁର୍ମୁ,ପ୍ରିୟଙ୍କା ପ୍ରଧାନ,ବାଣିଜ୍ୟରେ ଶୁଭମ ଶର୍ମା,ଶୁଭମ କୁମାର ମଲ୍ଲ,ଗୁଲସନ ନାୟକ,ଶୁଭାଶିଂସ ଗିରି ଙ୍କୁ ମାନପତ୍ର ସମିତ ଟ୍ରଫି ଉପଢୈାକନ ଓ ପୁଷ୍ପଗୁଚ୍ଛଦେଇ ସମ୍ମାନୀତ କରାଯାଇଛି।ବାଣିଜ୍ୟରେ ଶୁଭମ ଶର୍ମା ଶର୍ବାଧିକ ୫୨୨ ନମ୍ବର ରଖି କଲେଜର ଟପର ହଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସତ୍ୟବ୍ରତ ବାରିକ,ପ୍ରଦିପ୍ତ କୁମାର ସାହୁ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସ୍ମୃତି ବାନାର୍ଜି,ନିରୁପମା ଦାସ,ଅଧ୍ୟାପକ ଅମିୟ ସାମନ୍ତାରା,ନାରାୟଣ ସାହୁ,ସଂଗ୍ରାମ କେଶରୀ ବେହେରା,ଅଶୋକ କୁମାର ସାହୁ,ଗିରିଶ ଚନ୍ଦ୍ର ରାଉତ,ମନିଷ କୁମାର ନନ୍ଦ ବକ୍ତବ୍ୟ ରଖି ପିଲାମାନଙ୍କୁ ଭଲ ମଣିଷ ହେବା ପାଇଁ ଅଭିଭାଷଣ ପ୍ରଦାନ କରି ମାର୍ଗ ଦର୍ଶନ ଦେଇଥିଲେ। ଶେଷରେ ଅଧ୍ୟାପକ ତୁଳସୀ ଚରଣ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version