Site icon ଆଜିକାଲି

ସାହିତ୍ୟିକ ଦେବାଶିଷ ଚକ୍ରବର୍ତୀ ସମ୍ବର୍ଦ୍ଧିତ

କେନ୍ଦୁଝର, ତା ୩/୧୨- ରବିବାର ଜାରକା ସ୍ଥିତ ସିଭିକ ସେଣ୍ଟର ରେ କବି ବିଦ୍ୟୁତଲତା ଦାସଙ୍କ ସୃଜନଜୀବନ ସମ୍ପର୍କିତ ଆଲୋଚନା ପୁସ୍ତକ ଉନ୍ମୋଚନ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ନିର୍ବାଚିତ କବି ସମ୍ମେଳନରେ ବିଶିଷ୍ଟ ସାହିତ୍ୟିକ ଦେବାଶିଷ ଚକ୍ରବର୍ତ୍ତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶିଷ୍ଟ କବି ଗୌତମ ଜେନାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବିଶିଷ୍ଟ କଥାକାର ଆର୍ଯ୍ୟ ଯଜ୍ଞ୍ୟଦତ୍ତ ମୁଖ୍ୟ ଅତିଥି ଓ ବିଶିଷ୍ଟ ସମାଲୋଚକ ଡ଼କ୍ଟର୍ ବେଣୁଧର ପାଢ଼ୀ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ । ସମାଲୋଚକ ମହେଶ୍ୱର ପାଢ଼ୀ ପ୍ରାଥମିକ ସୂଚନା ପ୍ରଦାନ କରିଥିବା ବେଳେ କବି ଅଖିଳ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉ କି ଶ୍ରୀ ଚକ୍ରବର୍ତୀ ଦୀର୍ଘ ଚାରି ଦଶନ୍ଧି ରୁ ଉର୍ଧ୍ଵ ସମୟ ଧରି ନିରବଛିନ୍ନ ଭାବରେ ସାହିତ୍ୟ ର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ଆସୁଛନ୍ତି । ତାଙ୍କର କୋଡିଏ ରୁ ଉର୍ଦ୍ଧ ପୁସ୍ତକ ପ୍ରକାଶ ପାଇବା ସହିତ ବିଭିନ୍ନ ପତ୍ରପତ୍ରିକା ଓ ରାଜ୍ୟର ପ୍ରମୁଖ ସାରସ୍ୱତ ପ୍ରତିଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି ।

Exit mobile version