Site icon ଆଜିକାଲି

ହରିଚନ୍ଦନପୁର ଗାଁ ସାଥୀ ମେଟ୍ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି •ଏନ୍ ଏମ୍ .ଏମ୍.ଏମ୍.ଏସ୍. ଏପି.ପି.ଏସ୍ କରିଥିବା ଅଭିଯୋଗ

କେନ୍ଦୁଝର, ୪ା୧୨ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ ଗାଁ ସାଥୀ ମେଟ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ଳକର ଜିରାଙ୍ଗ,କାମୁଯୋଡି,ବୁଢାଖମଣ,ତେନ୍ତେଳାପଶି,ଗୌଣିଘଷା,ବରେଇଗୋଡା,ସୁନାପେଣ୍ଟ,ଟାଙ୍ଗିରିଆପାଳ,ରେବଣାପଳାସପାଳ, ଧୁରୁଡିଆମ୍ବ,ଶଗଡପଟା ପଞ୍ଚାୟତ ରେ ଟସର ସାଥୀ ମାନଙ୍କୁ ମେଟ୍ ଭାବର ନିଯୁକ୍ତ କରି ବେଆଇନ ଭାବେ ପଞ୍ଚିକରଣ କରି ଏନ୍ ଏମ୍ .ଏମ୍.ଏମ୍.ଏସ୍. ଏପିପିଏସ୍ କରିଥିଵା ଅଭିଯୋଗ ହୋଇଛି। ଆଜି ଏହି ପ୍ରତିବାଦରେ କେନ୍ଦୁଝର ଜିଲ୍ଲାପାଳ ଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି।ତେବେ ଏହା ଓଡିଶା ସରକାର ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ଟିଠି ନଂ-୨୯୪୦ ୧୧/୦୨/୨୦୨୧ ଉଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି।ସରକାରଙ୍କ ନିଯୁକ୍ତି ଅନୁସାରେ ପ୍ରତ୍ୟେକ ରାଜ୍ୟ ଗ୍ରାମରେ ଜଣେ ମହିଳା ଓ ଜଣେ ପୁରୁଷ ଗାଁ ସାଥୀ ମେଟ ଭାବରେ ୨୦୦୮ ମସିହାକୁ ଆଜି ପର୍ଯ୍ୟନ୍ତ ସମସ୍ତ ଏନ୍.ଆର୍.ଇ.ଜିଏ କାର୍ଯ୍ୟକୁ ସୂଚାର ରୂପେ ସଂପାଦନ କରି ଆସୁଛନ୍ତି।ଫଳତଃ ବିଗତ ବର୍ଷ ମାନଙ୍କରେ ଗାଁ ସାଥୀ ଙ୍କ ନିଷ୍ଠାପର କାର୍ଯ୍ୟ ହରିଚନ୍ଦନପୁର ବ୍ଲକର ନାମକୁ ସମଗ୍ର ଓଡିଶାରେ ପରିଚିତ କରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରଶଂସା ପତ୍ର ପାଇସାରିଛି।ତେବେ ମଧ୍ୟ ସମସ୍ତ ଲାଇନ ବିଭାଗ ରେ ଗାଁ ସାଥୀ ମେଟ ମାନେ ଏନ୍.ଏମ୍.ଏମ୍.ଏସ୍ ଏ.ପିପି.ଏସ୍ ମାଧ୍ୟମରେ ଉପସ୍ଥାପନ ଓ ଫଟୋ ଉତ୍ତଳନ ସହିତ ଭାବରେ ସଂପାଦନ କରୁଥିବା ଅଭିଯୋଗରେ ଦର୍ଶାଇଛନ୍ତି।ମାତ୍ର ରେଶମ ବିଭାଗ ମେଟ୍ ମାନଙ୍କୁ ଅଣଦେଖା କରି ନିଜସ୍ବ ମେଟ୍ ଟସର ସାଥୀ ନାମରେ ପଞ୍ଜୀକରଣ କରି ଏନ୍.ଏମ୍.ଏମ୍.ଏସ୍ ଏପିପି ଏସ୍ ବ୍ଲକ ରୁ ଏହି ଜରିଆରେ ସ୍ବୀକୃତି ମିଳିଛି।ଏହା ଏମ୍.ଜି.ଏନ୍.ଆର୍.ଇଜିଏ ନିୟମବଳୀର ଜଜଙ୍ଘନ ଓ ସରକାରଙ୍କ ଚିଠି ନଂ ୯୪୦୧୯ ର ଆଦଶ ଅବମାନନା ହୋଇଛି।ସେହିପରି ଅଣ ସ୍ବୀକୃତି ମେଟ ମାନେ ମନରେଗା ଯୋଜନାରେ ବହୁ ଦୁର୍ନିତି ଏନ୍.ଏମ୍.ଏମ୍.ଏସ୍ ଏପିପି.ଏସ୍ ର ଅପ ବ୍ୟବହାର କରାଯାଉଛି। ଏହିଘଟଣାରେ ତଥ୍ୟ ପ୍ରମାଣ ସହିତ ପୂର୍ବରୁ ଅଭିଯୋଗ କରିଥିଲେ ସୁଧା କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବ ତୁର୍ଭାଗ୍ୟ ଜନକ ବିଷୟ।ଏଣୁ ଏହି ଘଟଣାରେ ଜିଲ୍ଲା ପ୍ରଶାସନ ଗାଁ ସାଥୀ ମାନଙ୍କର ଜୀବନଜୀବିକା ଉପରେ ବିଚାରକୁ ନେଇ ତଦନ୍ତ ପୂର୍ବକ ତୁରନ୍ତ ସମାଧାନ କରି ଗାଁ ସାଥୀ ମେଟ ମାନଙ୍କୁ ନ୍ୟାୟ ପ୍ରଦାନ କରିବା କୁ ହରିଚନ୍ଦନପୁର ଗାଁ ସାଥି ମେଟ୍ ସଂଘ ମିଳିତ କ୍ରିୟାନୁଷ୍ଠାନ ଆବାହକ ମନୋଜ କୁମାର ପଟେଲ,ପିଙ୍କିଲତା ମୁଣ୍ତା,ପ୍ରେମଲତା ମୁଣ୍ତା,ସତ୍ୟସୁନ୍ଦର ମୁଣ୍ତା,ସନାତନ ଖଣ୍ତା ଦାବି ଜଣାଇଛନ୍ତି।

Exit mobile version