Site icon ଆଜିକାଲି

ଗୋଁଣ୍ଡ ପାରମ୍ପରିକ ଖଣ୍ଡାନୃତ୍ୟ କର୍ମଶାଳା


କେନ୍ଦୁଝର : କେନ୍ଦୁଝର ଘଟଗାଁ ବ୍ଲକ ଅନ୍ତଗତ ପିପିଳୀଆଠାରେ ଗୌଣ୍ଡ ସୋଡ୍ ଡ୍ୟାନ୍ସ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଗୋଁଣ୍ଡ ପାରମ୍ପାରିକ ଖଣ୍ଡା ନୃତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ କେନ୍ଦୁଝର ଗୋଁଣ୍ଡ ସାଂସ୍କୃତିକ ସମାଜର , ଗୋବିନ୍ଦ ଚନ୍ଦ୍ର ନାୟକ, ଚକ୍ରଧର ନାୟକ, ଦିଗାମ୍ବର ଦଣ୍ଡପାଟ, ଫକିର ଖଣ୍ଡା, ଦୟାନିଧ୍ ଖଣ୍ଡା, କୈଳାସ ନାୟକ ପ୍ରମୁଖ କର୍ମକର୍ତ୍ତା ଯୋଗଦେଇଥିଲେ। କର୍ମଶାଳାରେ ପିପିଳୀଆ,ଜଡି ପଦା, ବାଲି ଫୋଖରୀ ଓ ବିଭିନ୍ନ ପଲ୍ଲୀର ବହୁ ସଂଖ୍ୟକ ଶିକ୍ଷାର୍ଥୀମାନଙ୍କ ସହିତ ୩୦ରୁ ଉର୍ଦ୍ଧ୍ବ ଗୋଁଣ୍ଡ ଖଣ୍ଡା ନୃତ୍ୟ ଗୁରୁ ଯୋଗ ଦେଇଥିଲେ। ପ୍ରଥମେ ଶିକ୍ଷାର୍ଥୀମାନେ ଗୌଣ୍ଡ ଦେବୀ ମା’ଗୌରୀଙ୍କୁ ପୂଜାର୍ଚ୍ଚନା ପରେ ଏକ ରାଲି ମାଧ୍ଯମରେ ଗାଁ ପରିକ୍ରମା କରି ଗୋଁଣ୍ଡ ଖଣ୍ଡା ନୃତ୍ୟ ଆସ୍ଥାନକୁ ଯାଇଥିଲେ। ସେଠାରେ ସମସ୍ତ ଗୋଁଣ୍ଡ ଖଣ୍ଡାନୃତ୍ୟ ଗୁରୁ ଓ ଶିକ୍ଷାର୍ଥୀମାନେ ଗୋଁଣ୍ଡ ସମାଜର ବଡାଦେବଙ୍କୁ ପୂଜାର୍ଜନା କରି ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧାରଣ କରି ପାରମ୍ପାରିକ ଯୁଦ୍ଧକଳା କୌଶଳ ପ୍ରଦର୍ଶନ କରିଥିଲେ। କର୍ମଶାଳାରେ ପାରମ୍ପାରିକ ଖଣ୍ଡାନୃତ୍ୟର କୌଶଳ, ଖଣ୍ଡାଚାଳନା, ପାରମ୍ପାରିକ ଅସ୍ତ୍ରଶସ୍ତ୍ର ର ବ୍ୟବହାର, ଗୋଁଣ୍ଡ ଖଣ୍ଡା ନୃତ୍ୟର ପ୍ରଚାର ପ୍ରସାର ସମ୍ପର୍କରେ ଶିବିରାର୍ଥୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଗୋଁଣ୍ଡ ସୋଡ ଡ୍ୟାନ୍ସ ରିସର୍ଚ୍ଚ ସେଣ୍ଟର ଓଡିଶାର ସଂପାଦକ ତଥା ଗୋଁଣ୍ଡ ପାରମ୍ପରିକ ଖଣ୍ଡା ନୃତ୍ୟଗୁରୁ ନିର୍ମଳ ଚନ୍ଦ୍ର ନାଯକ ସଂଯୋଜନା କରିଥିବା ବେଳେ ଗୋଁଣ୍ଡ ସଂଗୀତ ନିର୍ଦ୍ଦେଶକ ଅର୍ଜୁନ ନାୟକ ଓ ସହ ନିର୍ଦ୍ଦେଶକ କୁନ୍ଦନ ସିଂ ଗୋଁଣ୍ଡ ପାରମ୍ପରିକ ଖଣ୍ଡା ନୃତ୍ୟ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। କାର୍ଯ୍ୟକ୍ରମକୁ ଗୋଁଣ୍ଡ ସାଂସ୍କୃତିକ ସମାଜର
କୃଷ୍ଣଚନ୍ଦ୍ର ଦଣ୍ଡପାଟ ,ବିଦ୍ୟାଧର ନାୟକ , ଦୁଖବନ୍ଧୁ ନାୟକ ,ଗଗନ ବିହାରୀ ଦଣ୍ଡପାଟ ପ୍ରମୁଖ ସହଯୋଗ କରିଥିଲେ ।

Exit mobile version