Site icon ଆଜିକାଲି

ଭୁଲ ଚଷମା ଦେଇ ଫାଇନ ଗଣିଲା ଏନଏସଓ ଅପ୍ଟିକାଲ୍ସ

କେନ୍ଦୁଝର, ଆଖି ମଣିଷର ଏକ ଗୁରୁତ୍ୱପୂର୍ଣ ଅଙ୍ଗ। ଆଖି ପାଇଁ ମଣିଷ ଯତ୍ନବାନ ନହେଲେ ଜୀବନ ସାରା ଅନ୍ଧ ଭାବେ ଜୀବନ ଅତିବାହିତ କରିବା ପାଇଁ ବାଧ୍ୟ ହେବ। ଏଣୁ ଆଜିର ଜୀବନ ଶୈଳୀରେ ଆଖିପ୍ରତି ସଜାଗ ରହିବାକୁ ଡ଼କ୍ଟର ମଧ୍ୟ ପରାମର୍ଶ ଦେଉଛନ୍ତି। ଏହିଭଳି ଡାକ୍ତର ପରାମର୍ଶ କ୍ରମେ ବଡଗମ୍ହାରିଆ କୀର୍ତ୍ତିରଞ୍ଜନ ସାମଲ ନାମକ ବ୍ୟକ୍ତି କେନ୍ଦୁଝର ସହରର ରାମ ମନ୍ଦିର ନିକଟରେ ଥିବା ଏନଏସଓ ଅପ୍ଟିକାଲ୍ସକୁ ଏକ ଚଷମା ବନେଇବାକୁ ଯାଇଥିଲେ। ଏନଏସଓ ଅପ୍ଟିକାଲ୍ସ ବରାଦ ମୁତାବକ ଏକ ଚଷମା ଦେଇଥିଲା। କିନ୍ତୁ ଉକ୍ତ ଚଷମା ପିନ୍ଧିବା ପରେ କୀର୍ତ୍ତି ରଞ୍ଜନ ସାମଲ ଆଖିରେ କଷ୍ଟ ଅନୁଭବ କଲେ। ଏନେଇ ଏନଏସଓ ଅପ୍ଟିକାଲ୍ସକୁ କହିବା ପରେ ଉକ୍ତ ଦୋକାନ ଠିକ୍ ଚଷମା ଦେଇଥିବା କହି ଫେରାଇ ଦେଇଥିଲା। କୀର୍ତ୍ତି ରଞ୍ଜନ ଉକ୍ତ ଚଷମାକୁ ନେଇ ଟେଷ୍ଟ କରାଇ ଥିଲେ। ଏହି ଟେଷ୍ଟ କରିବା ଫଳରେ ଏହା ଭୁଲ ପାୱାରର ଚଷମା ବୋଲି ଜାଣିବାକୁ ପାଇଲେ। ଏହି ଟେଷ୍ଟ ରିପୋର୍ଟ ନେଇ ଏନଏସଓ ଅପ୍ଟିକାଲ୍ସକୁ ଜଣାଇବାରୁ ଏହାକୁ ପୁନର୍ବାର ଠିକ୍ କରିଦେବ ବୋଲି କହିଲେ। ବାରମ୍ବାର ଭୁଲ ଚଷମା ଯୋଗୁଁ କୀର୍ତ୍ତି ମାନସିକ ସ୍ଥରରେ ଅଶାନ୍ତି ଅନୁଭବ କରି ମାନ୍ୟବର କଞ୍ଜ୍ୟୁମର ଫୋରମର ଦ୍ବାରସ୍ଥ ହୋଇଥିଲେ। ମାନ୍ୟବର କୋର୍ଟ ଏହାର ବିଚାର କରି ଏନଏସଓ ଅପ୍ଟିକାଲ୍ସକୁ ପନ୍ଦର ହଜାର ଟଙ୍କା ଫାଇନ କୀର୍ତ୍ତି ରଞ୍ଜନଙ୍କୁ ପ୍ରଦାନ କରିବାକୁ ଆଦେଶ ଶୁଣାଇଥିଲେ। ଏହା ସହ କୀର୍ତ୍ତିରଞ୍ଜନଙ୍କ ପରିବାରକୁ ଏନଏସଓ ଅପ୍ଟିକାଲ୍ସ ଜୀବନ ସାରା ଚଷମା ମାଗଣା ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ଗ୍ରାହକଙ୍କୁ ଠକୁଥିବା ଏନଏସଓ ଅପ୍ଟିକାଲ୍ସକୁ ଫାଇନ ପ୍ରଦାନ ପରେ ଅନ୍ୟ ଚଷମା ଦୋକାନୀ ସଜାଗ ହେବେ ବୋଲି ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି।

Exit mobile version