Site icon ଆଜିକାଲି

ଚମ୍ପେଇ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

କେନ୍ଦୁଝର,୭ା୨: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଚମ୍ପେଇ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଂଶପାଳ ଡବ୍ଲୁଇଓ ଅନୁରାଗ ବରାଳ ଯୋଗଦେଇ ଛାତ୍ରଛାତ୍ରୀ ଭଲ ପାଠପଢି ଭଲ ମଣିଷ ହେବା ସହିତ ଦେଶ ଗଢିବା ରେ ସହାୟକ ହେବେ ବୋଲି କହିଥିଲେ।ବକ୍ତା ଏବିଡିଓ ଶ୍ରୀମତୀ ସୁରଭିବାଳା ଜେନା ଛାତ୍ର ଜୀବନରେ ହିଁ ଆଗକୁ ବଡ ମଣିଷ ହେବା କୁ ହେଲେ କଠିନ ପରିଶ୍ରମ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।ସମ୍ମାନିତ ଅତିଥି ଏଚେ ଏମ୍ ଏଜୁକେସନ କମ୍ପଲେକ୍ସ ଗୋନାସିକାର ଶ୍ରୀଯୁକ୍ତ ତିର୍ଥାନନ୍ଦ ସେଠୀ,ରୁଗୁଡି କ୍ଲଷ୍ଟର ସିଆରସିସି ଶ୍ରୀଯୁକ୍ତ ଭର୍ତ୍ତୁହରୀ ଦେହୁରୀ,ଏଚ୍ ଏମ୍ ଶୁଆକାଟି ଆଶ୍ରମ ସ୍କୁଲର ଶ୍ରୀଯୁକ୍ତ ବିକାଶ ଶତପଥୀ,ଏଚ୍ ଏମ୍ କୋଇଡା ଆଶ୍ରମ ସ୍କୁଲ ଶ୍ରୀଯୁକ୍ତ ତ୍ରିଲୋଚନ ନାୟକ,ଏଚ୍ ଏମ୍ ଚମ୍ପେଇ ଆଶ୍ରମ ସ୍କୁଲର ସଭାପତି ଶ୍ରୀମତୀ ସୁସ୍ମିତା ସଡଙ୍ଗୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇଥିଲେ।ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଧ୍ୟାନରଞ୍ଜନ ଦାସ ଅୟୋଜିତ ସଭାପରି ଚାଳନା କରିଥିଲେ।ତ୍ରିଲୋଚନ ମହାନ୍ତ,ବାଦଲ କୁମାର ଜେନ‍ା,ସବିତା ମାର୍ଡି ସହକାରୀ ଶିକ୍ଷକ ଶିକ୍ଷୟତ୍ରୀଗଣ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ସମେତ ସ୍କୁଲ ପରିଚାଳନା ସମିତି ସଭାପତି, ଲକ୍ଷ୍ମୀଧର ଜୁଆଙ୍ଗ ସଂକ୍ରିୟ ସହଯୋଗ କରିଥିଲେ।

Exit mobile version