Site icon ଆଜିକାଲି

କେନ୍ଦୁଝର ରେ ଅଳିଆ ଗଦା ନେଉଛି ପଲ ପଲ ଗୋରୁ ଗାଇ ଙ୍କ ଜୀବନ

କେନ୍ଦୁଝର, କକେନ୍ଦୁଝର ସିଦ୍ଧମଠ ନିକଟ ଦେଇ ଯାଉଥିବା ୨୦ ନଂ ଜାତୀୟ ରାଜପଥ ଉପରେ ପଡ଼ି ରହିଛି ଚାରୋଟି ଗୋରୁ ଗାଈ ଙ୍କ ମୃତ ଦେହ ଏବଂ ଅନ୍ୟ ଏକ ଗାଈ ଗୁରୁତ୍ୱର ଭାବେ ଆହତ ହୋଇ ସଙ୍କଟାପନ୍ନ ଅବସ୍ଥାରେ ଯନ୍ତ୍ରଣାରେ ଛଟପଟ ହୋଇ ପଡି ରହିଛି । ଗତକାଲି ବିଳମ୍ୱିତ ରାତିରେ ଏକ ଦୃତଗାମୀ ଟ୍ରକ ଏହି ଗୋରୁ ଗାଈ ଙ୍କ ଉପରେ ଚଢି ଯିବାରୁ ଅତି ବିଭତ୍ସ ଅବସ୍ଥା ରେ ଏମାନଙ୍କ ର ଜୀବନ ଚାଲି ଯାଇଛି। ତେବେ ଏପରି ଦୁର୍ଘଟଣା ପ୍ରାୟ ପ୍ରତ୍ୟେକ ଦିନ ଘଟୁଥିବା ବେଳେ ଏହାର ମୁଖ୍ୟ କାରଣ ସାଜିଛି କେନ୍ଦୁଝର ଗଡ଼ ମୁନ୍ସିପାଲଟି ଦ୍ୱାରା ଜାତୀୟ ରାଜପଥ ରେ ସୃଷ୍ଟି କାଯାଇଥିବା କୁତ୍ରିମ ଅଳିଆ ଗଦା । ଭଲ କି ଦେଖନ୍ତୁ ଏହି ଦୃଶ୍ୟ କୁ । କେମିତି ଜାତୀୟ ରାଜପଥ ପାର୍ଶ୍ଵ ରେ ପଡି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା । କେମିତି ମାଳ ମାଳ ଗରୁ ପଲ ଏହି ଅଳିଆ ଗଦା କୁ ନିଜର ଖାଦ୍ୟ ଅନେଶ୍ୱନ୍ ରେ ଲାଗି ପଡିଛନ୍ତି। ଜାତୀୟ ରାଜପଥ ଟି ସଂପୂର୍ଣ୍ଣ ଭାବେରେ ଗୋରୁ ଗାଈମାନଙ୍କ ଦ୍ୱାରା କବଳିତ ହୋଇ ରହିଛି। ଏହି ଅଳିଆ ଗଦା ଯୋଗୁ ଗୋରୁ ଗାଈ ଙ୍କ ଜୀବନ ଚାଲି ଯାଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

Exit mobile version