Site icon ଆଜିକାଲି

ଟ୍ରକ୍ ମାଲିକ ସଂଘ ପକ୍ଷରୁ କେନ୍ଦୁଝର ବନ୍ଦ ପାଳନ

କେନ୍ଦୁଝର: ସୋମବାର କେନ୍ଦୁଝର ବନ୍ଦ। କେନ୍ଦୁଝର ଟ୍ରକ୍ ମାଲିକ ସଂଘ ବନ୍ଦ ପାଳନ କରୁଛି। ସକାଳୁ ସକାଳୁ କେନ୍ଦୁଝର ଷ୍ଟେସନରେ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତାମାନେ ଆନ୍ଦୋଳନ କରୁଛନ୍ତି। କେନ୍ଦୁଝର ଶୁଆକାଠିସ୍ଥିତ ଓଏମସି ଗନ୍ଧମାର୍ଦ୍ଦନ ମାଇନ୍ସଠାରୁ ଗୁହାଳଡିହି ରେଲୱେ ସାଇଟିଂ ପର୍ଯ୍ୟନ୍ତ ରେଳ ଲାଇନ ପ୍ରକଳ୍ପକୁ ବିରୋଧ କରି ଟ୍ରକ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଏହି ଟ୍ରେନ୍ ଲାଇନ୍ ଆରମ୍ଭ ହେଲେ ଜିଲ୍ଲାର ହଜାର ହଜାର ଟ୍ରକ୍ ଚଳାଚଳ ବନ୍ଦ ହୋଇଯିବ ବୋଲି ସଂଘ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି । କେନ୍ଦୁଝର ଷ୍ଟେସନରେ ୨ଟି ଟ୍ରେନକୁ ଅଟକ ରଖି ପ୍ରତିବାଦ କରୁଛି ସଂଘ । ଅତ୍ୟାଶ୍ୟକୀୟ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି। ଟ୍ରକ୍ ମାଲିକ ସଂଘ ସହ ୧୫ରୁ ଅଧିକ ସଙ୍ଗଠନ ବନ୍ଦକୁ ସମର୍ଥନ କରିଛନ୍ତି।

Exit mobile version