Site icon ଆଜିକାଲି

କେନ୍ଦୁଝର ଜିଲ୍ଲା ଦକ୍ଷତା ବିକାଶ ମିଟିଙ୍ଗ ଅନୁଷ୍ଠିତ

କେନ୍ଦୁଝର, କେନ୍ଦୁଝର ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମିନି ସଭା ଗୃହରେ ୪ର୍ଥ ଜିଲ୍ଲାସ୍ଥରୀୟ ଦକ୍ଷତା ବିକାଶ କମିଟି ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଶ ଠାକରେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇ ଯାଇଅଛି । ଜିଲ୍ଲାପାଳ କେନ୍ଦୁଝର ଜିଲ୍ଲା ରେ ଥିବା ସରକାରୀ ଦକ୍ଷତା ବିକାଶ ଅନୁଷ୍ଠାନ ଗୁଡିକରେ କିଭଳି ଉନ୍ନତ ମାନର ଗୁଣାତ୍ମକ ଦକ୍ଷତା ବିକାଶ ଶିକ୍ଷା ପ୍ରଦାନ କରାଯାଇ ପାରିବ ଏବଂ ଛାତ୍ର ଛାତ୍ରୀ ମାନଙ୍କର ଶତପ୍ରତିଶତ ନୁଯୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କିଭଳି ଆତ୍ମ ନିଭରଶୀଳ ହେଇ ପାରିବେ ସେ ଉପରେ କାମ କରିବାକୁ ପଡିବ ବୋଲି ଜିଲ୍ଲାପାଳ କାଯ୍ୟକ୍ରମରେ ଉପସ୍ଥିତ ଥିବା ସରକାରୀ ଯାନ୍ତ୍ରିକ ମହା ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ତ୍ରିଲୋଚନ ସାହୁ ଏବଂ ମାଇନିଙ୍ଗ ସ୍କୁଲ ର ଅଧ୍ୟକ୍ଷ ଶ୍ରୀ ଜ୍ଞାନ ରଞ୍ଜନ ରାଏ ସରକାରୀ ଶିଳ୍ପ ପ୍ରତିଷ୍ଠ।ନ ଅନାନ୍ଦପୁର ଏବଂ ବଡ଼ବିଲ ର ଅଧ୍ୟକ୍ଷ ମାନଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲା ରେ ଥିବା ଦକ୍ଷତା ବିକାଶ ଅନୁଷ୍ଠାନ ଗୁଡିକର ଭିତିଭୂମି ସୁଦୃଢ କରିବା ସହ ନୂଆ ନୂଆ ବୈସିୟକ ଗୁଣାତ୍ମକ ଶିକ୍ଷା ଉପରେ ଦୁଷ୍ଟି ଦେବାକୁ ଗୁରୁତ୍ଵାରୋପ କରିଥିଲେ । କାଯ୍ୟକ୍ରମ ରେ ଉପସ୍ଥିତ ଥିବା ଟାଟା ଷ୍ଟିଲ ଯୋଡ଼ା ର ସିନିୟର ମ୍ୟାନେଜର ଶ୍ରୀ ପଙ୍କଜ ଶ୍ରୀବାସ୍ତବ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ଭାଗନେଇ ସେମାଙ୍କର ମତା ମତ ପ୍ରଦାନ କରିଥିଲେ , ଜିଲ୍ଲାପାଳ ଶ୍ରୀ ଠାକରେ ଖଣି ଓ ଶିଳ୍ପ ପ୍ରତିନିଧି ମାନଙ୍କୁ ଦକ୍ଷତା ବିକାଶ ଅନୁଷ୍ଠାନ ଗୁଡିକୁ ସହଯୋଗର ହାତ ବଢ଼ାଇବା ସହିତ ଛାତ୍ର ଛାତ୍ରୀ ଙ୍କ ପାଇଁ ଅପ ସ୍କୁଲିଙ୍ଗ , ଓରିଏଣ୍ଟେସନ ପ୍ରୋଗ୍ରାମ ଏବଂ ଇଣ୍ଡ୍ରଷ୍ଟିଆଲ ଭିଜିଟ ଉପରେ ସହଯୋଗର ହାତ ବଢ଼ାଇବାକୁ ପରାମର୍ଶ ଦେଇଥିଲେ । କେନ୍ଦୁଝର ଜିଲ୍ଲା ରେ ବିଭିନ୍ନ ଦକ୍ଷତା ବିକାଶ ପ୍ରକଳ୍ପ ଗୁଡିକ ଜିଲ୍ଲାପାଳ ଅଗ୍ରାଧିକାର ଭିତିରେ ଅନୁମୋଦନ କରିଥିଲେ । ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ପାଇଁ ଉଦ୍ୟୋଗ ବିକାଶ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭୁବନେଶ୍ୱର ରେ ଅଧିକ ସଂଖ୍ୟାରେ କେନ୍ଦୁଝର ଜିଲ୍ଲା ର ପ୍ରତିନିଧତ୍ବ କିଭଳି ବଢ଼ା ଯାଇ ପାରିବ ବୈଠକରେ ଉପସ୍ଥିତ ଥିବା ଜିଲ୍ଲା ପଦାଧିକାରୀ ମାନଙ୍କୁ ଗୁରୁତ୍ଵ ଦେବାକୁ କହିଥିଲେ । କେନ୍ଦୁଝର ଜିଲ୍ଲା ରେ ଥିବା ବିଭିନ୍ନ କ୍ଷେତ୍ରରେ ଅଣକୁଶଳୀ ଶ୍ରମିକ ମାନଙ୍କୁ ଚିହ୍ନଟ କରି ସ୍ୱଳ୍ପ ତାଲିମ ମାଧ୍ୟମରେ ସ୍ରିକୃତି ପ୍ରଦାନ କରି ସାର୍ଟିଫିକେଟ ଦେଇ ନିଯୁକ୍ତି କିମ୍ବା ସ୍ୱାବଲମ୍ବୀ କରାଯାଇ ପାରିବ ସେ ବିଷୟରେ ସେଣ୍ଟ୍ରାଲ ଟୁଲ ରୁମ ଟ୍ରେନିଂ ସେଣ୍ଟର ର ପ୍ରତିନିଧି ଆଲୋକ ପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଉପନିର୍ଦେଶକ ଉଦ୍ୟାନ ବିଭାଗ ,ଜିଲ୍ଲା ଶିଳ୍ପ କେନ୍ଦ୍ର ସହକାରୀ ପରିଚାଳକ ,ସରକାରୀ ନିର୍ଦେଶକ ହସ୍ତତନ୍ତ ,ଜିଲ୍ଲା ଶିକ୍ଷା ଅଧିକାରୀ ,ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ପ୍ରଭୁତି କାର୍ୟକ୍ରମରେ ଭାଗନେଇ ଆଲୋଚନା କରିଥିଲେ ଏବଂ କଳିଙ୍ଗ ଷ୍ଟାଡ଼ିୟମ ରେ ହେବାକୁ ଥିବା ଓଡିଶା ରାଜ୍ୟ ସ୍ତରୀୟ ସ୍କିଲ କନକ୍ଳେଭ ଏପ୍ରିଲ ୨୦ ରୁ ୨୨ ପଯ୍ୟନ୍ତ ହବାକୁଥିବା କାର୍ୟକ୍ରମ ପାଇଁ କେନ୍ଦୁଝର ଜିଲ୍ଲା ରୁ ପ୍ରତିନିଧିତ୍ୱ କରିବାକୁ ସ୍ୱିକୃତି ପ୍ରଦାନ କରିଥିଲେ । ଜିଲ୍ଲା ସ୍ଥରୀୟ ଦକ୍ଷତା ବିକାଶ ବୈଠକ କାର୍ୟକ୍ରମକୁ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଗଣେଶ୍ୱର ନାୟକ ଆୟୋଜନ କରିଥିଲେ । ଶ୍ରୀ ପୁଲକ ଚଦନ ଜେନା ( ମହାତ୍ମା ଗାନ୍ଧୀ ଫେଲୋ ) ଏବଂ ବିଶ୍ୱାଳ ଜେସ୍ୱୱାଲ (ଯୁବ ପେସାଦାର ) ମୋଡେଲ କାରୀର ସେଣ୍ଟର କାର୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ .

Exit mobile version