Site icon ଆଜିକାଲି

କେନ୍ଦୁଝର : ଜିଲ୍ଲାସ୍ତରୀୟ ବିଶ୍ଵ ରେଡ୍‌କ୍ରସ୍ ଦିବସ ମହାସମାରୋହରେ ପାଳିତ


କେନ୍ଦୁଝର, (ନିପ୍ର)
କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଚଳିତ ମଇ ୮ ତାରିଖ
ସୋମବାର ଦିନ ଜିଲ୍ଲାସ୍ତରୀୟ ବିଶ୍ଵ ରେଡ୍‌କ୍ରସ୍ ଦିବସ ପାଳିତ ହୋଇଯାଇଛି । କେନ୍ଦୁଝର ଅଡିଟୋରିୟମ୍‌ରେ
ଆୟୋଜିତ ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସୁଷମା ବିଲୁଙ୍ଗ ମୁଖ୍ୟ ଅତିଥ୍‌ ଭାବେ ଯୋଗଦେଇ
ଉଦ୍‌ବୋଧନ ଦେଇ କହିଥିଲେ ଯେ ପ୍ରତ୍ୟେକ ଯୁବକ ଜଣେ ଜଣେ ଆଧୁନିକ ହେନେରୀ ଡୁନାଂଟ୍ ଓ ପ୍ରତ୍ୟେକ
ଯୁବତୀ ଜଣେ ଜଣେ ଆଧୁନିକ ଫ୍ଲୋରେଣ୍ଟ ନାଇଟିଟେଲ୍ । ସେମାନଙ୍କ କାର୍ଯ୍ୟଧାରାରେ ମାନବ ସେବା ଶିଖର ସ୍ପର୍ଶ କରୁଛି । ଅନେକ ଅସହୟଙ୍କ ସହାୟ ହୋଇପାରୁଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଆଶିଷ ଠାକରେଙ୍କ
ଶୁଭେଚ୍ଛା ବାର୍ତା ଜଣାଇଥିଲେ । ଉପଜିଲ୍ଲାପାଳ ଶ୍ରୀ ରାମଚନ୍ଦ୍ର କିନ୍ତୁ ବିପର୍ଯ୍ୟୟ ସମୟରେ ଭାରତୀୟ ରେଡ୍‌କ୍ରସ୍ ସଂସ୍କାର କାର୍ଯ୍ୟଧାରା ସଂପର୍କରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ । ରେଡ୍‌କ୍ରସ୍ ସଂପାଦିକା ସୁରଞ୍ଜିକା ବେହେରା
ରେଡ୍‌କ୍ରସ୍‌ର ଲକ୍ଷ୍ୟ, ଆଭିମୁଖ୍ୟ ଓ ସେବା କାର୍ଯ୍ୟର ବ୍ୟାପକତା ସଂପର୍କରେ ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥ
କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଡା. ମଧୁସ୍ମିତା ସାମନ୍ତରାୟ, କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ
ସୁଶାନ୍ତ କୁମାର ସେଠୀ ରେଡ୍‌କ୍ରସ ଓ ହେନେରୀ ତୁନାଙ୍କ ମାନବୀୟ କାର୍ଯ୍ୟ ଯୋଗୁଁ ଆଜି ସମଗ୍ର ବିଶ୍ଵର
ମାନବ ସମାଜ ଉପକୃତ ହେଉଥିବା ସଂପର୍କରେ କହିବା ସହ ଏହା ଆହୁରି ବ୍ୟାପକ ହେବା ଏକାନ୍ତ ଆବଶ୍ୟକ
ବୋଲି ମତ ପ୍ରକାଶ କରିଥିଲେ । ରେଡ୍‌କ୍ରସ୍‌ ଯୁଗ୍ମ ସଂପାଦକ ଶ୍ରୀ ଏ.ଆର୍.ଖାନ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଆୟୋଜିତ ହୋଇଥିବା ପ୍ରବନ୍ଧ ପ୍ରତିଯୋଗିତାର କନିଷ୍ଠ ବର୍ଗରେ
ରବିନ୍ଦ୍ର ବିଦ୍ୟାନିକେତନ ଛାତ୍ରୀ ସାଧନା ଦାଶ ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରର ଛାତ୍ରୀ ଅଂଶିବା
ପ୍ରିୟଦର୍ଶନୀ ସାହୁ ଦ୍ଵିତୀୟ ଏବଂ ଶ୍ଵେତାଶ୍ରୀ ମିଶ୍ର ତୃତୀୟ ସ୍ଥାନ ହାସଲ କରିଥିବାବେଳେ ବରିଷ୍ଠ ବର୍ଗରେ
ବି.ଏସ୍.ସି. ନିସିଂ ଛତ୍ରୀ ପ୍ରିୟଦର୍ଶିନୀ ଦାସ ପ୍ରଥମ, ଶୁଭଶ୍ରୀ ସାହୁ ଦ୍ଵିତୀୟ, ମୋନାଲିସା ବେହେରା, ତୃତୀୟ ସ୍ଥାନ ହାସଲ କରିଥିବାରୁ ଅତିଥିମାନଙ୍କ ଦ୍ବାର’ ପୁରସ୍କୃତ ହୋଇଥିଲେ । ରେଡ୍‌କ୍ରସ୍‌ ପାଣ୍ଠି ବୃଦ୍ଧି ନିମନ୍ତେ ଆର୍ଥିକ ଦାନ ସଂଗ୍ରହରେ ଉଲ୍ଲେଖନୀୟ ସଫଳତା ପାଇଁ ଉପଜିଲ୍ଲାପାଳ, କେନ୍ଦୁଝର, ଜିଲ୍ଲା ଅବକାରୀ ସୁପରିଟେଣ୍ଡେଟ୍, ବେସାମରିକ ଯୋଗାଣ ଅଧିକାରୀ, ଆଂଚଳିକ ପରିବହନ ଅଧ୍ୟାକାରୀ, ଅତିରିକ୍ତ ଆଂଚଳିକ
ପରିବହନ ଅଧ୍ଵକାରୀ ବଡବିଲ୍‌ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜେଆରସି କାଉନସିଲର
ତୃପ୍ତିମୟୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version